ଆଜି ଆଇପିଏଲରେ ରୟାଲ୍ସ-ନାଇଟ୍ ରାଇଡର୍ସ ଭେଟାଭେଟି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରିିବ କେକେଆର୍ ।

80

କନକ ବ୍ୟୁରୋ: ଆଜି ଆଇପିଏଲରେ ଖେଳାଯିବ ଏକ ରୋମାଂଚକର ମ୍ୟାଚ୍ । ଯେଉଁଥିରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ତେବେ ଟସ୍ ଜିତି ଏବେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ କେକେଆର୍ ।

ଯଦି ଦୁଇ ଦଳଙ୍କ କଥା କହିବା, ତେବେ ଦୁଇ ଦଳରେ ବହୁ ତାରକା ଖେଳାଳି ରହିଛନ୍ତି । ଯେଉଁ କାରଣରୁ ଏହି ମ୍ୟାଚରେ ଛକା ଚୌକାର ବର୍ଷା ଦେଖିବାକୁ  ମିଳିବ ବୋଲି ଦର୍ଶକ ଆଶା ବାନ୍ଧି ବସିଛନ୍ତି । ଦ୍ୱିତୀୟତଃ ଏହି ମ୍ୟାଚ୍ ମୁମ୍ବାଇରେ ଖେଳାଯାଉଥିବାରୁ ଏକ ବଡ ସ୍କୋର ଦେଖିବାକୁ ମିଳିପାରେ । ଦୁଇ ଦଳ ଏଯାବତ ଟୁର୍ଣ୍ଣାମେଣ୍ଟରେ ଚାରୋଟି ଲେଖାଏଁ ମ୍ୟାଚ୍ ଖେଳିସାରିଛନ୍ତି । ଯେଉଁଥିରୁ ଉଭୟ କୋଲକାତା ଓ ରାଜସ୍ଥାନ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ବର୍ତ୍ତମାନ ଦୁଇ ଦଳ ପଏଣ୍ଟ ଟେବୁଲର ସପ୍ତମ ଓ ଅଷ୍ଟମ ସ୍ଥାନରେ ଥିବାବେଳେ ଏହି ମ୍ୟାଚ୍ ଦୁହିଁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏହି ମ୍ୟାଚକୁ ଜିତି ଦୁହେଁ ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛନ୍ତି ।