ବଟଲରଙ୍କ ବିସ୍ଫୋରକ ଶତକ । ହାଇଦ୍ରାବାଦ ଆଗରେ ୨୨୧ ରନର ବିଶାଳ ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ରାଜସ୍ଥାନ ରୟାଲ୍ସ ।

206

କନକ ବ୍ୟୁରୋ : ଆଇପିଏଲର ୨୮ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଥିବା ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା କେନ୍ ୱିଲିୟମସନଙ୍କ ନେତୃତ୍ୱରେ ଆଜି ମୈଦାନକୁ ଓହ୍ଲାଇଥିବା ହାଇଦ୍ରାବାଦ ଟିମ୍ । ପ୍ରଥମେ ବ୍ୟାଟିଂ କରି ପ୍ରଥମରୁ ହିଁ ଦମଦାର ପାଳି ଆରମ୍ଭ କରିଥିଲେ ଜୋସ୍ ବଟଲର । ବଟଲରଙ୍କ ବିସ୍ଫୋରକ ଶତକ ଏବଂ ଅଧିନାୟକ ସଞ୍ଜୁ ସାମସନଙ୍କ ଦମଦାର ୪୮ ରନ୍ ବଳରେ ହାଇଦ୍ରାବାଦ ଆଗରେ ୨୨୧ ରନର ବିଶାଳ ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ରାଜସ୍ଥାନ ରୟାଲ୍ସ ।

ବଟଲର ୬୪ଟି ବଲରେ ବିସ୍ଫୋରକ ବ୍ୟାଟିଂ କରି ୧୨୪ ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ ସାମିଲ ରହିଛି ୮ଟି ବିଶାଳ ଛକା ସହ ୧୧ଟି ଚୌକା । ସେହିପରି ଅଧିନାୟକ ସଞ୍ଜୁ ସାମସନ୍ ୩୩ଟି ବଲରୁ ୪୮ ରନ୍ ସଂଗ୍ରହ କରିଛନ୍ତି । ଅନ୍ୟପଟେ ହାଇଦ୍ରାବାଦ ପକ୍ଷରୁ ସନ୍ଦିପ ଶର୍ମା, ରାସିଦ ଖାନ୍ ଏବଂ ବିଜୟ ଶଙ୍କର ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି ।