ଦିଲ୍ଲୀକୁ ଦମ୍ ଦେଖାଇଲା ରାଜସ୍ଥାନ । ମ୍ୟାଚ୍ ଛଡାଇ ଆଣିଲେ ମୋରିସ । ୩ ୱିକେଟରେ ମ୍ୟାଚ୍ ଜିତିଲା ରାଜସ୍ଥାନ ରୟାଲ୍ସ ।

164

କନକ ବ୍ୟୁରୋ: ଆଜି ଆଇପିଏଲର ଏକ ଦମଦାର ମ୍ୟାଚରେ ଦିଲ୍ଲୀକୁ ଦମ ଦେଖାଇଛି ରାଜସ୍ଥାନ ରୟାଲ୍ସ । କ୍ରିସ୍ ମୋରିସଙ୍କ ଧୂଆଁଧାର ଇଂନିସ ବଳରେ ରାଜସ୍ଥାନ ୩ ୱିକେଟରେ ଦିଲ୍ଲୀକୁ ହରାଇଛି । ଆଜି ଟସ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ । ଦଳ ପକ୍ଷରୁ ଦୁଇ ଓପନର ପୃଥ୍ୱୀ ଓ ଶିଖର କିନ୍ତୁ ସଅଳ ଆଉଟ୍ ହୋଇଯାଇଥିଲେ । ଏହାପରେ ରାହାଣେ ଓ ଷ୍ଟୋଇନିସ୍ ମଧ୍ୟ ନିଜ ୱିକେଟ୍ ହରାଇଥିଲେ । ଏହାପରେ ଶେଷ ଆଡକୁ ଟମ୍ କରନ ଓ ଲଳିତ ଯାଦବଙ୍କ ଇଂନିସ ବଳରେ ଦିଲ୍ଲୀ ୨୦ ଓଭରରେ ୧୪୮ ରନ କରିପାରିଥିଲା । ରାଜସ୍ଥାନ ପକ୍ଷରୁ ଦସ୍ୱବ ଦ୍ରୁତ ବୋଲର ଜୟଦେବ ଉନାଦକତ ଓ ମୁସ୍ତାଫିଜୁର ରେହମାନ ଯଥାକ୍ରମେ ୩ଟି ଓ ୨ଟି ସଫଳତା ପାଇଥିଲେ ।

ଏହାପରେ ୧୪୯ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ରାଜସ୍ଥାନ ମଧ୍ୟ ଲଗାତାର ୱିକେଟ୍ ହରାଇ ସଙ୍କଟରେ ପଡିଯାଇଥିଲା । ଦଳର ତିନି ଜଣ ପ୍ରମୁଖ ବ୍ୟାଟ୍ସମ୍ୟାନ ୧୭ ରନ ଭିତରେ ହିଁ ପ୍ୟାଭିଲିୟନ ଫେରିଥିଲେ । ହେଲେ ଶେଷ ଆଡକୁ ଡେଭିଡ୍ ମିଲର କିଛି ଆଖି ଦୃଶିଆ ସଟ୍ ଖେଳିଥିଲେ । ଏହାପରେ ଶେଷକୁ କ୍ରିସ୍ ମୋରିସ ଓ ଜୟଦେବ ଉନାଦକତ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଛନ୍ତି ।