କନକ ବ୍ୟୁରୋ : ମୁମ୍ବାଇର ବୋରିଭାଲି ଷ୍ଟେସନରେ ଜଣେ ଯାତ୍ରୀଙ୍କୁ ଆରପିଏଫ ଯବାନ ମୃତ୍ୟୁ ମୁଖରୁ ବଞ୍ଚାଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୧୫ ସେକେଣ୍ଡର ଏହି ଭିଡିଓରେ ଯବାନଙ୍କ ସାହସିକତା ଦେଖିବାକୁ ମିଳିଛି ।
ଭାଇରାଲ ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ଟ୍ରେନ୍ ଯେତେବେଳେ ପ୍ଲାଟଫର୍ମରେ ପହଞ୍ଚୁଛି ସେହି ସମୟରେ ଜଣେ ଯାତ୍ରୀ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ଖସି ପଡ଼ୁଛନ୍ତି । ଆଉ ସେ ଟ୍ରେନକୁ ଧରି ପ୍ଲାଟଫର୍ମରେ ଘୋଷାଡି ହୋଇଯାଉଛନ୍ତି । ଏତିକି ବେଳେ ଘଟଣାସ୍ଥଳରେ ଥିବା ଆରପିଏଫ ଯବାନ ଦୌଡ଼ି ଯାଇ ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ଟାଣି ନେଇ ଆସୁଛନ୍ତି ।
#WATCH | An RPF constable saved life of a passenger who fell while trying to get down from a running at Mumbai's Borivali Railway Station on June 29. The passenger was dangerously close to the gap between the train & platform when the constable pulled him away: Central Railway pic.twitter.com/AVnYIwNQ7y
— ANI (@ANI) July 1, 2021
ଭିଡିଓ ସାମ୍ନାକୁ ଆସିବା ପରେ ଆରପିଏଫ ଯବାନଙ୍କୁ ପ୍ରଶଂସା କରାଯାଉଛି । ଭିଡିଓରେ ଆରପିଏଫ୍ ଯବାନଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ସାହାଯ୍ୟ କରିବାକୁ ଆସିଥିବା ଦେଖିବାକୁ ମିଳିଛି ।