ମରଣ ମୁହଁରୁ ବଂଚାଇ ଆଣିଲେ ଆରପିଏଫ୍ ଯବାନ : ଚଳନ୍ତା ଟ୍ରେନରୁ ପଡିଯାଉଥିବା ବ୍ୟକ୍ତିଙ୍କୁ ବଂଚାଇଦେଲେ ଯବାନ , ଭାଇରାଲ୍ ହେଲା ଭିଡିଓ

ମରଣ ମୁହଁରୁ ବଂଚାଇ ଆଣିଲେ ଆରପିଏଫ୍ ଯବାନ : ଚଳନ୍ତା ଟ୍ରେନରୁ ପଡିଯାଉଥିବା ବ୍ୟକ୍ତିଙ୍କୁ ବଂଚାଇଦେଲେ ଯବାନ , ଭାଇରାଲ୍ ହେଲା ଭିଡିଓ

କୋଏମବଟୁର୍ ରେଳ ଷ୍ଟେସନର ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ସମାଚାର ଏଜେନ୍ସୀ ଏଏନଆଇ ଏହି ଭିଡିଓଟିକୁ ଜାରି କରିଛି । ଭିଡିଓରେ ଜଣେ ଆରପିଏଫ୍ ଯବାନ ଜଣେ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନ୍ ରୁ ପଡିଯାଉଥିବା ବେଳେ ବଂଚାଇ ଥିବାର ନଜର ଆସିଛନ୍ତି । ସୋସିଆଲ୍ ମିଡିଆରେ ଭିଡିଓଟି ଭାଇରାଲ୍ ହେବା ପରେ ଲୋକମାନେ ଯବାନଙ୍କ ଖୁବ୍ ପ୍ରଶଂସା କରୁଛନ୍ତି ।

ଭିଡିଓରେ ଦେଖାଯାଉଛି ଯେ , କୋଏମବଟୁର୍ ରେ ଅଟକିଥିବା ଟ୍ରେନ୍ ଷ୍ଟେସନରୁ ଛାଡୁଛି । ଧିର ଗତିରେ ଚାଲୁଥିବା ଟ୍ରେନ୍ ଉପରକୁ ଦୌଡି ଦୌଡି ଜଣେ ବ୍ୟକ୍ତି ଚଢିବା ପାଇଁ ପ୍ରୟାସ କରୁଛନ୍ତି । କିନ୍ତୁ ଟ୍ରେନ୍ ପ୍ରବେଶ ପଥରେ ତାଙ୍କ ଗୋଡ ଖସିଯାଉଛନ୍ତି । ବ୍ୟକ୍ତିଜଣକ ଟ୍ରେନ୍ ଧାରଣାରେ ପଡିବା ବେଳେ ପ୍ଲାଟଫର୍ମରେ ଠିଆ ହୋଇଥିବା ଆରପିଏଫ୍ ଯବାନଙ୍କ ନଜର ତାଙ୍କ ଉପରେ ପଡୁଛି ଏବଂ ବିଜୁଳୀ ଗତିରେ ସେ ବ୍ୟକ୍ତିଜଣଙ୍କୁ ସୁରକ୍ଷିତ ବିପଦରୁ ବଂଚାଇ ଦେଉଛନ୍ତି । ଭିଡିଓଟି ଭାଇରାଲ୍ ହେବା ପରେ ସମସ୍ତେ ଯବାନଙ୍କ ସାହସିକତାକୁ ପ୍ରଶଂସା କରୁଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଯବାନଙ୍କ ପରିଚୟ ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe