କନକ ବ୍ୟୁରୋ : ଅଳ୍ପକେ ବର୍ତ୍ତିଗଲା ଜୀବନ । ଟ୍ରେନର ହ୍ୟାଣ୍ଡେଲ ଧରି ଭିତରକୁ ଚଢିବାକୁ ଚେଷ୍ଟା କଲା ବେଳେ ଖସି ପଡିଥିଲେ ଯୁବକ । ପରେ ଟ୍ରାକ ତଳକୁ ଖସିପଡିବାର ସମ୍ଭାବନା ମଧ୍ୟ ଥିଲା । କିଭଳି ଯୁବକ ଜଣଙ୍କ ଘୋଷାଡି ହୋଇ ପ୍ଲାଟଫର୍ମରେ ଯାଉଛନ୍ତି । ଆଉ ତଳେ ପଡିଯାଇଥିବା ଯାତ୍ରୀଙ୍କୁ ଟ୍ରେନ ଭିତରୁ ଜଣେ ଧରିଛନ୍ତି । ଏପରି ସ୍ଥିତି ଦେଖିବା ପରେ ସମ୍ପୃକ୍ତ ଅଞ୍ଚଳରେ କିଏ କ’ଣ କରିବେ ବୁଝି ପାରିନଥିଲେ । ଯାହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ।

Advertisment

ଗତକାଲିର ଏହି ଘଟଣା । ଧଉଳି ଏକ୍ସପ୍ରେସ ଅପରାହ୍ନ ୨ ଟା ୪୫ ମିିନିଟ ସମୟର ପ୍ଲାଟଫର୍ମ ନମ୍ବର ୩ରୁ ଟ୍ରେନଟି ଛାଡ଼ିଥିଲା । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଯୁବକ ସାଗର କୁମାର ପାତ୍ର ଟ୍ରେନ ଛାଡୁଥିବା ବେଳେ ଚଢିବାକୁ ପ୍ରୟାସ କରି ଖସି ପଡିଥିଲେ । ଏହି ସମୟରେ ପ୍ଲାଟଫର୍ମରେ ଡ୍ୟୁଟି କରୁଥିବା ଆରପିଏଫ କନେଷ୍ଟବଳ ଲାଲ ବିହାରୀ ରାମ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ଏବଂ ଟ୍ରେନର ସ୍ପିଡକୁ କମାଇବାକୁ କହୁଥିଲେ ବୋଲି ସୂଚନା ରହିଛି । ଯାତ୍ରୀ ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ଜଣାପଡିବା ପରେ ସେ ତାଙ୍କ ଘରକୁ ଫେରିଯାଇଥିବା ଯାଜପୁର ରୋଡ଼ ଆରପିଏଫ ଆଇଆଇସି ସୂଚନା ଦେଇଛନ୍ତି ।