କ୍ରିକେଟ ଜଗତରୁ ଅବସର ନେଲେ ଆର.ପି ସିଂହ ! ୭ ବର୍ଷ ପୂର୍ବେ ଖେଳିଥିଲେ ଅନ୍ତିମ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ।

39

ଟିମ୍ ଇଣ୍ଡିଆର ପୂର୍ବତନ ଦ୍ରୁତଗତି ବୋଲର ଆରପି ସିଂହ କ୍ରିକେଟ ଜଗତକୁ ଅଲବିଦା ଜଣାଇଛନ୍ତି । ମଙ୍ଗଳବାର ରାତିରେ ୩୨ ବର୍ଷୀୟ ଆରପି ଟ୍ୱିଟ୍ ଜରିଆରେ ନିଜ ଅବସର ଘୋଷଣା କରିଛନ୍ତି । ଆରପି ଲେଖିଛନ୍ତି, ୧୩ ବର୍ଷ ପୂର୍ବେ ୨୦୦୫ ମସିହା ସେପ୍ଟେମ୍ବର ୪ ତାରିଖରେ ପ୍ରଥମ ଥର ପାଇଁ ସେ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧିଥିଲେ । ଆଉ ଏହା ତାଙ୍କ ଜୀବନ ସଫଳତାର ପ୍ରଥମ ପାଦ ଥିଲା ।

ଆରପି ସିଂହଙ୍କ ପୁରା ନାମ ହେଉଛି ରୁଦ୍ର ପ୍ରତାପ ସିଂହ । ଆରପି ସିଂହ ନିଜର ଶେଷ ଅନ୍ତରାଷ୍ଟ୍ରୀୟ ଦିନିକିଆ ମ୍ୟାଚ୍ ସେପ୍ଟେମ୍ବର ୨୦୧୧ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ । ସେହିପରି ପ୍ରଥମ ଥର ପାଇଁ ସେ ୨୦୦୫ ମସିହା ସେପ୍ଟେମ୍ବର ୪ ତାରିଖରେ ଜିମ୍ବାୱେ ବିରୋଧରେ ଦିନିକିଆ ମ୍ୟାଚ୍ ଖେଳି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପଦାର୍ପଣ କରିଥିଲେ ।

ଆରପି ସିଂହଙ୍କୁ ୨୦୦୬ ମସିହାରେ ପାକିସ୍ତାନ ବିରୋଧରେ ଫେସଲାବାଦ୍ ଟେଷ୍ଟରେ ଡେବ୍ୟୁ ସୁଯୋଗ ମିଳିଥିଲା । ଏବଂ ସେ ତାଙ୍କର ପ୍ରଥମ ମ୍ୟାଚରେ ହିଁ ମ।।ନ ଅଫ ଦି ମ୍ୟାଚ୍ ପୁରସ୍କାର ହାତେଇଥିଲେ । ୨୦୦୭ ମସିହାରେ ଭାରତକୁ ଟି-୨୦ ବିଶ୍ୱକପ୍ ଚାମ୍ପିୟନ୍ କରାଇବାରେ ଆରପି ସିଂହଙ୍କର ପ୍ରମୁଖ ଭୂମିକା ରହିଥିଲା । ଆରପି ୧୪ଟି ଟେଷ୍ଟ ମ୍ୟାଚରେ ମୋଟ ୪୦ ଟି ଓି୍ୱକେଟ ଅକ୍ତିଆର କରିଛନ୍ତି । ତେବେ ଗୋଟିଏ ପାଳିରେ ତାଙ୍କର ସର୍ବଶ୍ରେଷ୍ଠ ବୋଲିଂ ହେଉଛି ୫/୫୯ । ଏହା ଛଡା ସେ ମୋଟ ୫୮ଟି ଅନ୍ତରାଷ୍ଟ୍ରୀୟ ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ସମୁଦାୟ ୬୯ଟି ୱିକେଟ୍ ଅକ୍ତିଆର କରିଛନ୍ତି । ସେହିପରି ଆରପି ମୋଟ ୧୦ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଥିବା ବେଳେ ୧୫ଟି ୱିକେଟ୍ ଅକ୍ତିଆର କରିଛନ୍ତି ।