କନକ ବ୍ୟୁରୋ : ଆଜି ସାରା ଦେଶର ୪୩ଟି ସ୍ଥାନରେ ମୋଦୀ ସରକାର ବାଣ୍ଟିବେ ନିଯୁକ୍ତି ପତ୍ର । ମୋଟ୍ ୭୦ ହାଜର ଜଣ ଆଜି ନିଯୁକ୍ତି ପତ୍ର ପାଇବେ । ଭିଡିଓ କନଫରନେସିଂ ଜରିଆରେ ପ୍ରଧାନମନ୍ତ୍ରୀ ଯୋଡି ହୋଇ ୭୦ ହଜାର ଜଣଙ୍କୁ ଏହି ନିଯୁକ୍ତି ପତ୍ର ବାଣ୍ଟିବେ । ଆର୍ଥିକ ସେବା, ଡାକ ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମେତ ବିଭିନ୍ନ ବିଭାଗରେ ଯୋଗ ଦେବେ ଆଜି ନିଯୁକ୍ତି ପତ୍ର ପାଇବାକୁ ଅପେକ୍ଷା କରିଥିବା ଆଶାୟୀ । ରୋଜଗାର ସୃଷ୍ଟିକୁ ଅଗ୍ରାଧିକାର ଦେଇ ମୋଦୀ ସରକାର ପ୍ରତିମାସ ଏହିପରି ରୋଜଗାର ମେଳାର ଆୟୋଜନ କରୁଛନ୍ତି ।