ରିୟଲିଟି ସୋ’ ରେ ପୁଣି ଜଣେ ଓଡିଆ ଝିଅଙ୍କ କମାଲ୍

ରିୟଲିଟି ସୋ’ ରେ ପୁଣି ଜଣେ ଓଡିଆ ଝିଅଙ୍କ କମାଲ୍

କନକ ବ୍ୟୁରୋ : ଜାତୀୟ ସ୍ତରର ରିଆଲିଟି ସୋ’ ରେ ପୁଣି ଜଣେ ଓଡିଆ ଝିଅଙ୍କ କମାଲ । ଆଣ୍ଡ ଟିଭିରେ ପ୍ରଦର୍ଶିତ ହେଉଥିବା ଡାନ୍ସ ରିଆଲିଟି ସୋ ‘ସୋ ୟୁ ଥିଙ୍କ ୟୁ କେନ ଡ୍ୟାନ୍ସ’ର ଟପ୍ ଟେନରେ ପହଂଚିଛନ୍ତି ରାଉରକେଲାର ଝିଅ ରୋଜା ରାଣା । ସାରା ଦେଶର ୨୦୦ ଜଣ ପ୍ରତିଭାଧାରୀ ନୃତ୍ୟଶିଳ୍ପୀଙ୍କୁ ପଛରେ ପକାଇ ରୋଜା ଏହି ସ୍ତରରେ ପହଂଚିଛନ୍ତି । ତାଙ୍କ ନୃତ୍ୟ ଚାତୁରୀ ବିଚାରକଙ୍କୁ ମୁଗ୍ଧ କରିସାରିଛି । ତେବେ ରୋଜାଙ୍କ ସଫଳତା ପାଇଁ ପବ୍ଲିକ ଭୋଟିଂ ଆବଶ୍ୟକ । ଏଥିପାଇଁ ଅଧିକରୁ ଅଧିକ ଲୋକ ଭୋଟ ଦେବା ପାଇଁ ତାଙ୍କ ସ୍କୁଲର ସହପାଠୀମାନେ ଅନୁରୋଧ କରିଛନ୍ତି । ମିସ କଲ ବା ଏସଏମଏସ ଜରିଆରେ ରୋଜାଙ୍କୁ ଭୋଟ ଦେଇହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe