ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇଙ୍କ ଭବ୍ୟ ବିବାହ । ୩ ରାଜ୍ୟରେ ହେବ ରିସେପସନ୍ ପାର୍ଟି, ୩ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ

4,773

କନକ ବ୍ୟୁରୋ : ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇ ଓ ଆଇଏଏସ ଅଧିକାରୀ ପରୀ ବିଷ୍ଣୋଇଙ୍କ ମଧ୍ୟରେ ଡିସେମ୍ବର ୨୨ ତାରିଖରେ ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ବାହାଘର ପରେ ୩ଟି ରାଜ୍ୟରେ ରିସେପସନ ପାର୍ଟିର ଆୟୋଜନ କରାଯାଉଛି ।

ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇଙ୍କ ବିବାହ ରାଜସ୍ଥାନରେ ରହୁଥିବା ଆଇଏଏସ ପରୀ ବିଷ୍ଣୋଇଙ୍କ ସହ ହେବାକୁ ଯାଉଛି । ଡିସେମ୍ବର ୨୨ ତାରିଖରେ ହେବାକୁ ଯାଉଥିବା ଏହି ଆଡମ୍ବରପୂର୍ଣ୍ଣ ବିବାହକୁ ୩ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି ।

ଭବ୍ୟ ବିଷ୍ଣୋଇ ଆଦମପୁର ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରେ ବିଧାୟକ ଭାବେ ବିଜୟୀ ହୋଇଛନ୍ତି । ପୂର୍ବତନ ସାଂସଦ କୁଲଦୀପ ବିଷ୍ଣୋଇ ଆଦମପୁର ବିଧାନସଭା କ୍ଷେତ୍ରରେ ଥିବା ୫୫ଟି ଗାଁକୁ ନିଜେ ଯାଇ ଲୋକମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ବାହାଘର ପରେ ୩ଟି ରିସେପ୍ସନ ପାର୍ଟିର ଆୟୋଜନ କରାଯାଇଛି ।

ଆଇଏଏସ ପରୀ ବିଷ୍ଣେଇ ସିକ୍କିମର ଏସଡିଏମ ପଦରେ ଅବସ୍ଥାପିତ ଅଛନ୍ତି । ଏବେ ଏବେ ତାଙ୍କୁ ହରିଆଣା କ୍ୟାଡରର ଆଇଏଏସ ମିଳିଥିଲା । ସେପଟେ ଭବ୍ୟ ବିଷ୍ଣାଇ ସାଉଥ୍ ଅକ୍ସଫୋର୍ଡରୁ ଡିଗ୍ରୀ ହାସଲ କରିଛନ୍ତି । ଏହି ବାହାଘର ପରେ ୩ଟି ରାଜ୍ୟ ହରିଆଣା, ନୂଆଦିଲ୍ଲୀ ଓ ରାଜସ୍ଥାନରେ ରିସେପସନର ଆୟୋଜନ କରାଯାଇଛି । ଏହା ବ୍ୟତୀତ ଦିଲ୍ଲୀରେ ଆୟୋଜିତ ହେଉଥିବା ରିସେପସନ ପାର୍ଟିରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନେକ ଭିଆଇପି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।