ରାଜଧାନୀରେ ମାତିଛନ୍ତି ରୟାଲ ଚୋର: ୩ ବାଇକ୍ ଲୁଟେରାଙ୍କୁ ଧରିଲା ଖଣ୍ଡଗିରି ପୋଲିସ, ଲୁଟେରାଙ୍କ ଠାରୁ ଜବତ ୨୩ଟି ବାଇକ୍

172

କନକ ବ୍ୟୁରୋ: ରୟାଲ ଏନଫିଲଡ ବୁଲେଟ ପଛରେ ଲୁଟେରା । ଯେଉଁଠି ରୟାଲ ବୁଲେଟ୍ ଗାଡି ଦେଖୁଛନ୍ତି ତାକୁ ଚୋରି କରୁଛନ୍ତି । ରାଜଧାନୀରେ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । କେବଳ ବୁଲେଟ ନୁହଁ ଅନ୍ୟ କମ୍ପାନୀର ଦାମୀ ଗୁଡିକୁ ମଧ୍ୟ ଚୋରି କରିଥିବାର ଜଣାପଡିଛି । ଯାହାକୁ ପୋଲିସ ଜବତ କରିଛି । ସାଧାରଣତଃ ରାତି ଅଧରେ ଘର ବାହାରେ ଛିଡା ହୋଇଥିବା ଗାଡିକୁ କିମ୍ବା ସୁନସାନ ରାସ୍ତାରେ ଗାଡି ଛିଡା ହୋଇଥିଲେ ତାକୁ ଟାର୍ଗେଟ କରନ୍ତି ଏହି ଲୁଟେରା ଗ୍ୟାଙ୍ଗ୍ । ହ୍ୟାଣ୍ଡେଲ ଲକ୍ ଭାଙ୍ଗିବା ପରେ ଗାଡିକୁ ନେଇ ଚମ୍ପଟ ମାରନ୍ତି । ପରେ ଏହିସବୁ ଗାଡିକୁ ବିକ୍ରି କରି ମାଲାମାଲ ହୁଅନ୍ତି । ଲୁଟେରା ଗ୍ୟାଙ୍ଗର ୩ ଜଣଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଛି । ପୋଲିସ ଯେଉଁ ଅଭିଯୁକ୍ତଙ୍କୁ ଗିରଫ କରିଛି ସେମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।