ରୟାଲ କଲେଜ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି, ଭୁବନେଶ୍ଵର ତରଫରୁ କୃତି ଛାତ୍ରଛାତ୍ରୀମାନଙ୍କୁ ପଚାଶ ହଜାର ଟଙ୍କା ପୁରସ୍କାର ରାଶି ସହିତ ସମ୍ବର୍ଦ୍ଧନା

Advertisment
ରୟାଲ କଲେଜ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି, ଭୁବନେଶ୍ଵର ତରଫରୁ କୃତି ଛାତ୍ରଛାତ୍ରୀମାନଙ୍କୁ ପଚାଶ ହଜାର ଟଙ୍କା ପୁରସ୍କାର ରାଶି ସହିତ ସମ୍ବର୍ଦ୍ଧନା

କନକ ବ୍ୟୁରୋ : ଓଡିଶାର ସର୍ବପ୍ରଥମ ଓ ସଂପୂର୍ଣ ଆବାସିକ ମହାବିଦ୍ୟାଳୟ ରୟାଲ୍ କଲେଜ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି, ବିଗତ ୧୯ ବର୍ଷ ପରି ଏ ବର୍ଷ ମଧ୍ୟ +୨ ବିଜ୍ଞାନ ପରୀକ୍ଷାରେ ସମଗ୍ର ରାଜ୍ୟରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିଛି । +୨ ବିଜ୍ଞାନ ପରୀକ୍ଷା ଫଳର ଉତ୍ତୀର୍ଣ ହାର ସମଗ୍ର ରାଜ୍ୟରେ ୮୬.୯୩% ହୋଇଥିବା ବେଳେ ରୟାଲ କଲେଜର ଉତ୍ତୀର୍ଣ ହାର ହେଉଛି ୧୦୦ % । ଚଳିତବର୍ଷ ସର୍ବମୋଟ୍ ୩୪୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୩୪ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସହ ୫୪ ଜଣ ବିଦ୍ୟାର୍ଥୀ ୫୦୦ରୁ ଉର୍ଦ୍ଧ୍ଵ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ମହାବିଦ୍ୟାଳୟର ଛାତ୍ରୀ ସାନ୍ତାଶ୍ରୀ ମିଶ୍ର ଚଳିତ ପରୀକ୍ଷାରେ ସର୍ବାଧ‌ିକ ୫୫୮ (୯୩%) ନମ୍ବର ରଖିଛନ୍ତି । ଏଥୁ ନିମନ୍ତେ ମହାବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ୫୦ ହଜାର ଟଙ୍କା, ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦ୍ଵାରା ସମ୍ବଦ୍ଧିତ କରାଯାଇଥିଲା । ଚଳିତ ବର୍ଷ +୨ ବିଜ୍ଞାନ ପରୀକ୍ଷାରେ ୫୦୦ ବା ୫୦୦ରୁ ଉର୍ଦ୍ଧ୍ଵ ନମ୍ବର ରଖିଥିବା ମହାବିଦ୍ୟାଳୟର ୫୪ ଜଣ ଛାତ୍ରଛାତ୍ରୀଙ୍କ ସହିତ ନିଟ୍ ପରୀକ୍ଷାରେ ବିଭିନ୍ନ ସରକାରୀ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟତା ହାସଲ କରିଥିବା ରୟାଲ କଲେଜ୍‌ର ୧୧ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବଦ୍ଧିତ କରାଯାଇଥିଲା ।

ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ଵର ଲୋକସଭା ସାଂସଦ  ଅପରାଜିତା ଷଡଙ୍ଗୀ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିବା ସହ ଏହି ସଫଳତାକୁ ନେଇ ନିଜର ଖୁସିବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଚେୟାରମ୍ୟାନ୍ ଡଃ ବିଷ୍ଣୁମୋହନ ମହାନ୍ତି ସଭାପତିତ୍ବ କରି ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି କୃତି ପ୍ରତିଭାମାନଙ୍କ ପାଇଁ ଆମେ ଯେପରି ଗର୍ବ କରୁଛୁ, ଠିକ୍ ସେହିପରି ରୟାଲ କଲେଜର ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରି କଲେଜ ଓ ଆମ ସମାଜ ପାଇଁ ଗୌରବ ଆଣିବାକୁ ବଦ୍ଧପରିକର ହେବା ଆବଶ୍ୟକ । ମହାବିଦ୍ୟାଳୟର ଏହି ସଫଳତା ପାଇଁ ଡଃ ମହାନ୍ତି ସମସ୍ତ ଛାତ୍ରଛାତ୍ରୀ, ଅବିଭାବକ, ଶିକ୍ଷକ ଏବଂ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସଭାରେ ଅନୁଷ୍ଠାନର ଭାଇସ୍ ଚେୟାରମ୍ୟାନ ମିଲନ ମହାନ୍ତି, ନିର୍ଦ୍ଦେଶକ ଡଃ ପ୍ରଶାନ୍ତ କୁମାର ନାଥ, ଅଧ୍ୟକ୍ଷ ଜୀବନ କିଶୋର ମିଶ୍ର, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରଛାତ୍ରୀଗଣ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe