କନକ ବ୍ୟୁରୋ: ସଦ୍ୟ ପ୍ରକାଶିତ ଯୁକ୍ତ୨ ପରୀକ୍ଷାରେ ରୟାଲ କଲେଜର ଛାତ୍ରଛାତ୍ରୀ ଶତ ପ୍ରତିଶତ ଫଳାଫଳ ରଖି ସଫଳତା ହାସଲ କରିଛନ୍ତି । ବିଜ୍ଞାନରେ ମୋଟ ୯୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୪୮ ଜଣ, ଦ୍ବିତୀୟ ଶ୍ରେଣୀରେ ୪୦ ଜଣ ଏବଂ ତୃତୀୟ ଶ୍ରେଣୀରେ ୪ ଜଣ ଛାତ୍ରଛାତ୍ରୀ ପାସ କରି ଶତ ପ୍ରତିଶତ ପରୀକ୍ଷା ଫଳ ହାସଲ କରିଛନ୍ତି । ବିଜ୍ଞାନରେ ୫୦୬ ମାର୍କ ରଖି ନର୍ମଦା ମିଶ୍ର କଲେଜ ଟପ୍ପର ହୋଇଥିବା ବେଳେ ଦ୍ଵିତୀୟ ସ୍ଥାନରେ ହରପ୍ରିୟା କର ୫୦୫ ରଖିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ୬୫ଜଣ ଛାତ୍ରଛାତ୍ରୀ ବାଣିଜ୍ୟରେ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୪୫ଜଣ ପ୍ରଥମ ଶ୍ରେଣୀରେ, ଦ୍ଵିତୀୟ ଶ୍ରେଣୀରେ ୧୫ଜଣ ଏବଂ ତୃତୀୟ ଶ୍ରେଣୀରେ ୫ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି । ବାଣିଜ୍ୟରେ ଆଦିତ୍ୟ ସାମନ୍ତରାୟ ୫୩୪ ମାର୍କ ରଖି ପ୍ରଥମ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ସୁବସ୍ମିତା ସାବତ ୫୨୦ମାର୍କ ରଖିଛନ୍ତି । ଏହି ଉପଲବ୍ଧି ପାଇଁ କଲେଜର ନିର୍ଦ୍ଦେଶକ ଅଜିତ କୁମାର ପାତ୍ର ଏବଂ ସନ୍ତୋଷ କୁମାର ମାଦଳା ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।