କନକ ବ୍ୟୁରୋ : ଚହଲଙ୍କ ଚତ୍ମକାର ବୋଲିଂ ବଳରେ ବିଜୟ ହାସଲ କଲା ବାଙ୍ଗାଲୋର । ଏହି ମ୍ୟାଚରେ ବାଙ୍ଗାଲୋର ୧୦ ରନରେ ବିଜୟ ହାସଲ କରିଛି । ଦଳ ପକ୍ଷରୁ ଚହଲ ସର୍ବାଧିକ ୩ ୱିକେଟ ହାସଲ କରିଥିବା ବେଳେ ନବଦୀପ ସାଇନୀ ଓ ଶିବମ ଦୁବେ ୨ଟି ଲେଖାଏଁ ୱିକେଟ ନେଇଛନ୍ତି ।
ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ପକ୍ଷରୁ ଦେବଦତ୍ତ ପାଡିକଲ ୫୬ ଓ ଡିଭିଲିୟର୍ସ ୫୧ ରନ କରିଥିଲେ । ଫଳରେ ଦଳ ୧୬୩ ରନ କରିବାରେ ସଫଳ ହୋଇଥିଲା ।
୧୬୪ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ଦଳ ବାଙ୍ଗାଲୋର ବୋଲରଙ୍କୁ ସାମ୍ନା କରି ପାରିନଥିଲେ । ଫଳରେ ଦଳ ୧୦ ରନରେ ପରାଜୟ ଶିକାର କରିଛି । ଦଳ ପକ୍ଷରୁ ଜନି ବେୟାରଷ୍ଟୋଙ୍କ ଦମଦାର ପାଳି ଖେଳି ସର୍ବାଧିକ ୬୧ ରନ କରିଥିବା ବେଳେ ମନିଷ ପାଣ୍ଡେ ୩୪ ରନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/EidJeVfVkAAUCQb.jpg)