କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ତେଣୁ ଏହି ମ୍ୟାଚରେ ପ୍ରଥମେ ପଞ୍ଜାବ ଦଳ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ । ଦଳ ପକ୍ଷରୁ କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ପ୍ରଥମେ ଓପନିଂ କରିବେ ।
ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ ଖେଳି ସାରିଛନ୍ତି । ପ୍ରଥମ ମ୍ୟାଚରେ ବାଙ୍ଗାଲୋର ବିଜୟୀ ହୋଇଥିଲା । ସେହିପରି ପଞ୍ଜାବ ନିଜର ପ୍ରଥମ ମ୍ୟାଚରେ ଦିଲ୍ଲୀଠାରୁ ପରାସ୍ତ ହୋଇଥିଲା । ତେଣୁ ପଞ୍ଜାବ ଏହି ମ୍ୟାଚରେ ନିଜର ବିଜୟ ଯାତ୍ରା ଆରମ୍ଭ କରିବା ଲ କ୍ଷ୍ୟରେ ରହିବ । ଅନ୍ୟ ପକ୍ଷରେ ବାଙ୍ଗାଲୋର ମଧ୍ୟ ନିଜ ବିଜୟ ଧାର ଜାରି ରଖିବାକୁ ପ୍ରୟାସ କରିବ ।
ଅନ୍ୟପକ୍ଷରେ ଉଭୟ ଦଳ ପାଖରେ ଭଲ ଖେଳାଳି ରହିଛନ୍ତି । ବାଙ୍ଗାଲୋରରେ ଏବି ଡିଭିଲିୟର୍ସ, ବିରାଟ କୋହଲିଙ୍କ ବଳି ଖେଳାଳି ରହିଥିବା ବେଳେ ପଞ୍ଜାବରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲଙ୍କ ଭଳି ଖେଳାଳି ରହିଛନ୍ତି ।