ଟସ୍ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ କିଙ୍ଗସ୍ ଇଲେଭେନ ପଞ୍ଜାବ ।

86

କନକ ବ୍ୟୁରୋ : ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ ଇଲେଭେନ ପଞ୍ଜାବ । ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବୋଲିଂ କରିବ କିଙ୍ଗସ୍ ଇଲେଭେନ ପଞ୍ଜାବ ଦଳ । ବର୍ତ୍ତମାନ ବାଙ୍ଗାଲୋରର ଦୁଇ ଓପନ ମୈଦାନକୁ ଓହ୍ଲାଇବେ । ଏହି ମ୍ୟାଚ ପଞ୍ଜାବ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।

ଉଭୟ ଦଳ ଚଳିତ ଆଇପିଏଲେ ୭ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ବାଙ୍ଗାଲୋର ୭ଟି ମ୍ୟାଚରେ ୫ଟି ବିଜୟ ଓ ୨ ପରାଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ସେହିପରି ପଞ୍ଜାବ ଗୋଟିଏ ବିଜୟ ଓ ୬ଟି ପରାଜୟ ସହ ପଏଣ୍ଟ ଟେବୁଲର ଶେଷରେ ରହିଛି । ତେଣୁ ପଞ୍ଜାବ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିବ ।

ବାଙ୍ଗାଲୋରରେ ବିରାଟ କୋହଲି, ଏବି ଡିଭିଲିୟର୍ସ, ଦେବଦତ୍ତ ପାଡିକଲ ଓ ଆରୋନ ଫିଞ୍ଚ ଭଳି ଖେଳାଳି ରହିଛନ୍ତି । ସେହିପରି ପଞ୍ଜାବରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ନିକୋଲ୍ସ ପୂରଣଙ୍କ ଭଳି ଖେଳାଳି ରହିଛନ୍ତି । ତେଣୁ ଆଜିର ମ୍ୟାଚରେ ଦମଦାର ଲଢେଇ ଦେଖିବାକୁ ମିଳିବ ।