ଆଇପିଏଲ ଟକ୍କର : ଟସ୍ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ଚେନ୍ନାଇ ସୁପର କିଙ୍ଗସ୍ ।

64

କନକ ବ୍ୟୁରୋ : ଆଇପିଏଲର ଆଜିର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ । ଚେନ୍ନାଇ ସୁପର କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଙ୍ଗାଲୋର । ଫଳରେ ଚେନ୍ନାଇ ବୋଲିଂ କରିବାକୁ ଆସିବ । ଏବେ ବାଙ୍ଗାଲୋରର ଦୁଇ ଓପନର ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ । ଦୁଇ ଦଳ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।

ଚଳିତ ଆଇପିଏଲରେ ଚେନ୍ନାଇ ୬ଟି ମ୍ୟାଚ ଓ ବାଙ୍ଗାଲୋର ୫ଟି ମ୍ୟାଚ ଖେଳିଛି । ଏଥିରେ ଚେନ୍ନାଇ ୨ଟି ବିଜୟ ଓ ୪ଟି ପରାଜୟ ହାସଲ କରିଛି । ସେହିପରି ବାଙ୍ଗାଲୋର ୩ଟି ବିଜୟ ୨ ପରଜାୟ ଲାଭ କରିଛି । ତେଣୁ ପଏଣ୍ଟ ଟେବୁଲର ଉପରକୁ ଉଠିବା ପାଇଁ ଦୁଇ ଦଳ ଆଜି ପ୍ରୟାସ କରିବେ ।

ଚେନ୍ନାଇରେ ସେନ ୱାଟସନ, ଫାପ ଡୁପ୍ଲେସିସ, ଅମ୍ବାତି ରାଇଡୁ ଓ ଧୋନୀଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ବାଙ୍ଗାଲୋରରେ ବିରାଟ କୋହଲି, ଏବି ଡିଭିଲିୟର୍ସ, ଆରୋନ ଫିଞ୍ଚଙ୍କ ଭଳି ଖେଳାଳି ରହ