କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେଣୁ ଏବେ ଦିଲ୍ଲୀ ପକ୍ଷରୁ ଦୁଇ ଓପନର ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ । ଏହି ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।
ଉଭୟ ଦଳ ୪ଟି ଲେଖାଏଁ ମ୍ୟାଚ ଖେଳି ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ତେଣୁ ଆଜି ଯେଉଁ ଦଳ ମ୍ୟାଚ ଜିତିବ ସେ ୮ ପଏଣ୍ଟ ସହ ଶୀର୍ଷ ସ୍ଥାନ ହାସଲ କରିବ । ତେଣୁ ଉଭୟ ଦଳ ଶୀର୍ଷ ସ୍ଥାନ ପାଇଁ ଆଜି ଲଢେଇ କରିବେ ।
ଦିଲ୍ଲୀରେ ଯୁବ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦଳ ଶ୍ରେୟାସ ଆୟର, ପୃଥୀ ଶ’ ରିଷବ ପନ୍ତ ଓ ଶିଖର ଧୱନଙ୍କ ଭଳି ଖେଳାଳି ରହିଛନ୍ତି । ପ୍ରତି ମ୍ୟାଚରେ ଶ୍ରେୟାସ ଆୟର ଦମଦାର ପ୍ରଦର୍ଶନ କରୁଥିବାର ମଧ୍ୟ ନଜର ଆସିଛନ୍ତି । ଏହାସହ ବାଙ୍ଗାଲୋରରେ ବିରାଟ କୋହଲି, ଏବି ଡିଭିଲିୟର୍ସ ଓ ଦେବଦତ୍ତ ପାଡିକଲ ମଧ୍ୟ ଭଲ ପ୍ରଦର୍ଶନ କରିବାର ନଜର ଆସିଛନ୍ତି । ତେଣୁ ଉଭୟ ଟିମ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିବ ।