ବିରାଟଙ୍କ ଦମଦାର ଅର୍ଦ୍ଧଶତକ । ୮ ୱିକେଟରେ ବିଜୟ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

126

କନକ ବ୍ୟୁରୋ : ବିରାଟ କୋହଲି ଓ ଦେବଦତ୍ତ ପାଡିକଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୮ ୱିକେଟରେ ବିଜୟୀ ହୋଇଛି ବାଙ୍ଗାଲୋର ଟିମ୍ । ଫଳରେ ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚରେ ପରାଜୟର ଶିକାର ହୋଇଛି । ଏହି ବିଜୟ ସହ ଏବେ ବାଙ୍ଗାଲୋର ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।

ଏହି ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ପକ୍ଷରୁ ଟପ ଅର୍ଡର ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ହେଲେ ମାହିପାଲ ଲୋମରୋର ୪୭ ଓ ରାହୁଲ ତେୱତିଆ ୨୪ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୪ ରନ କରିଥିଲା ।

ପରେ ବାଙ୍ଗାଲୋର ୧୫୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା । ଦଳ ପକ୍ଷରୁ ଦେବଦତ୍ତ ପାଡିକଲ ୬୩ ଓ ବାରଟ କୋହଲି ୭୨ ରନ କରିଥିଲେ । ଫଳରେ ଦଳ ୨ ୱିକେଟ ହରାଇ ବିଜୟ ହାସଲ କରିଥିଲା ।