କମାଲ ଦେଖାଇଲେ ଆରସିବି ବୋଲର । ୮୨ ରନରେ ବିଜୟ ହାସଲ କଲା ବାଙ୍ଗାଲୋର ।

107

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ବାଙ୍ଗାଲୋର ବ୍ୟାଟ୍ସମ୍ୟାନ ଓ ବୋଲର ଚମକ୍ରାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଫଳରେ ବାଙ୍ଗାଲୋର କୋଲକାତାଠାରୁ ୮୨ ରନରେ ବିଜୟ ହୋଇଛି । ଏହାସହ ବାଙ୍ଗାଲୋର ଦୁଇ ପଏଣ୍ଟ ହାସଲ କରିଛି ।

ଏହି ମ୍ୟାଚରେ ଟସ୍ ଜିତି ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ଦଳ ପକ୍ଷରୁ ଡିଭିଲିୟର୍ସ ବିସ୍ଫୋରକ ୭୩ ରନ କରିଥିଲେ । ସେହିପରି ଆରୋନ ଫିଞ୍ଚ ୪୭, ଦେବଦତ୍ତ ପାଡିକଲ ୩୨ ଓ ବିରାଟ କୋହଲି ୩୩ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୨ ୱିକେଟ ହରାଇ ୧୯୪ ରନ କରିଥିଲା ।

ପରେ ୧୯୬ ରନର ବିଜୟ ଲ କ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା କୋଲକାତା । ହେଲେ କୋଲକାତାର କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ହୋଇପାରନଥିଲେ । ବାଙ୍ଗାଲୋର ବୋଲରଙ୍କ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ କୋଲକାତା ବ୍ୟାଟ୍ସମ୍ୟାନ । ଦଳ ପକ୍ଷରୁ ଶୁଭମନ ଗିଲ ୩୪ ରନ ହାସଲ କରିଥିଲେ । ଫଳରେ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୧୨ ରନ କରିବାରେ ସଫଳ ହୋଇଥିଲା ।