କ୍ରିସ ମୋରିସଙ୍କ ଘାତକ ବୋଲିଂ । ୩୭ ରନରେ ବିଜୟ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

203

କନକ ବ୍ୟୁରୋ : ଆଜିର ମ୍ୟାଚରେ ବାଙ୍ଗାଲୋର ବୋଲରଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଛି । ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇଠାରୁ ୩୭ ରନରେ ବିଜୟ ହାସଲ କରିଛି । ବାଙ୍ଗାଲୋର ପକ୍ଷରୁ ମୋରିସ ସର୍ବାଧିକ ୩ ୱିକେଟ ହାସଲ କରିଛନ୍ତି ।

ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବାଙ୍ଗାଲୋର ପକ୍ଷରୁ ଦୁଇ ଓପନର ପାଳି ଆରମ୍ଭ କରିଥିଲେ । ଦଳ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୯୦, ଦେବଦତ୍ତ ପାଡିକଲ ୩୩ ଓ ଶିଭମ ଦୁବେ ୨୨ ରନ କରିଥିଲେ । ଫଳରେ ୨୦ ଓଭରରେ ୪ ୱିକେଟ ହରାଇ ୧୬୯ ରନ କରିଥିଲା ବାଙ୍ଗାଲୋର ।

ପରେ ୧୭୦ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ । ଆରମ୍ଭରୁ ଚେନ୍ନାଇ ବ୍ୟାଟ୍ସମ୍ୟାନମାନେ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ଦଳ ପକ୍ଷରୁ ଅମ୍ବାତି ରାଇଡୁ ସର୍ବାଧିକ ୪୨, ନାଗଦିସନ ୩୩ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୩୨ ରନ କରିବାରେ ସକ୍ଷମ ହୋଇଥିଲା ।