ଶେଷ ଓଭରରେ କ୍ରିସ ମୋରିସଙ୍କ ଧମାକା । ୧୭୧ ରନ କଲା ବାଙ୍ଗାଲୋର । ପଞ୍ଜାବ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ।

151

କନକ ବ୍ୟୁରୋ : ଆଜିର ମ୍ୟାଚର ଶେଷ ଓଭରରେ କ୍ରିସ ମୋରିସଙ୍କ ଧମାକା ଦେଖିବାକୁ ମିଳିଛି । ଫଳରେ ବାଙ୍ଗାଲୋର ଏହି ମ୍ୟାଚରେ ୧୭୧ ରନ କରିବାରେ ସକ୍ଷମ ହୋଇଛି । ଏବେ ପଞ୍ଜାବ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରହିଛି । ପଞ୍ଜାବକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ଇଙ୍ଗ ସଟ ଖେଳିବାକୁ ହେବ ।

ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦୁଇ ଓପନ ବ୍ୟାଟିଂ ଆରମ୍ଭ କରିଥିଲେ । ଦଳ ପକ୍ଷରୁ ବିରାଟ କୋହଲି ୪୮ ରନ କରିଥିଲେ । ସେହିପରି କ୍ରିସ ମୋରିସ ବିସ୍ଫୋରକ ୨୫ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୭୧ ରନ କରିଥିଲା ।

ଏବେ ପଞ୍ଜାବ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ । ପଞ୍ଜାବରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ନିକୋଲ୍ସ ପୂରଣଙ୍କ ଭଳି ଖେଳାଳି ରହିଛନ୍ତି । ତେଣୁ ଆଜିର ମ୍ୟାଚରେ ଦମଦାର ଲଢେଇ ଦେଖିବାକୁ ମିଳିବ ।

Comments are closed.