କନକ ବ୍ୟୁରୋ : ଆଜିର ମ୍ୟାଚର ଶେଷ ଓଭରରେ କ୍ରିସ ମୋରିସଙ୍କ ଧମାକା ଦେଖିବାକୁ ମିଳିଛି । ଫଳରେ ବାଙ୍ଗାଲୋର ଏହି ମ୍ୟାଚରେ ୧୭୧ ରନ କରିବାରେ ସକ୍ଷମ ହୋଇଛି । ଏବେ ପଞ୍ଜାବ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରହିଛି । ପଞ୍ଜାବକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ଇଙ୍ଗ ସଟ ଖେଳିବାକୁ ହେବ ।
ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦୁଇ ଓପନ ବ୍ୟାଟିଂ ଆରମ୍ଭ କରିଥିଲେ । ଦଳ ପକ୍ଷରୁ ବିରାଟ କୋହଲି ୪୮ ରନ କରିଥିଲେ । ସେହିପରି କ୍ରିସ ମୋରିସ ବିସ୍ଫୋରକ ୨୫ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୭୧ ରନ କରିଥିଲା ।
ଏବେ ପଞ୍ଜାବ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ । ପଞ୍ଜାବରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ନିକୋଲ୍ସ ପୂରଣଙ୍କ ଭଳି ଖେଳାଳି ରହିଛନ୍ତି । ତେଣୁ ଆଜିର ମ୍ୟାଚରେ ଦମଦାର ଲଢେଇ ଦେଖିବାକୁ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/PNQhceyD.jpg)