ଦେବଦତ୍ତ ଓ ଡିଭିଲିୟର୍ସଙ୍କ ଧୂଆଁଧାର ବ୍ୟାଟିଂ । ୧୬୩ ରନ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ହାଇଦ୍ରାବାଦ ଆଗରେ ୧୬୪ ରନର ଟାର୍ଗେଟ

207

କନକ ବ୍ୟୁରୋ : ଏବି ଡିଭିଲିର୍ସ ଓ ଦେବଦତ୍ତଙ୍କ ଧୂଆଁ ବ୍ୟାଟିଂ ବଳରେ ୧୬୩ ରନ ସଂଗ୍ରହ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହାସହ ହାଇଦ୍ରାବାଦ ଆଗରେ ୧୬୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ବାଙ୍ଗାଲୋର । ଅନ୍ୟପକ୍ଷରେ ୧୬୪ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇବେ ହାଇଦ୍ରାବାଦ ଦଳର ଦୁବ ଓପନର ।

ବାଙ୍ଗାଲୋର ପକ୍ଷରୁ ଦେବଦତ୍ତ ପାଡିକର ସର୍ବାଧିକ ୫୬ ରନ ଓ ଡିଭିଲିୟର୍ସ ୫୧ ରନ କରିଛନ୍ତି । ଏହାସହ ଦଳ ନିର୍ଦ୍ଦାରିତ ଓଭରରେ ୪ ୱିକେଟ ହରାଇ ୧୬୩ ରନ କରିବାରେ ସଫଳ ହୋଇଥିଲା ।

ହେଲେ ଏହି ମ୍ୟାଚରେ ବିରାଟ କୋହଲି ଫେଲ ହୋଇଛନ୍ତି । ସେ ମାତ୍ର ୧୩ଟି ବଲରେ ୧୪ ରନ କରି ଆଉଟ ହୋଇଯାଇଥିଲେ । ବର୍ତ୍ତମାନ ଏହି ମ୍ୟାଚକୁ ଜିତିବାକୁ ବିରାଟ ବାହିନୀ ବୋଲରଙ୍କ ଉପରେ ଭରସା ରଖିଛି ।