କନକ ବ୍ୟୁରୋ : ଆଜି ହେବ ବୁଧବାରର ବଡ ଲଢେଇ । ମୈଦାନରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ୍ । ତେବେ ଟସ୍ ଜିତି ବାଙ୍ଗାଲୋର ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି ।

Advertisment

ଚଳିତ ଆଇପିଏଲରେ ହାଇଦ୍ରାବାଦ ଦଳ ୧୨ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟ ହାସଲ କରି ମାତ୍ର ୪ ପଏଣ୍ଟ ପାଇଛି ଓ ପ୍ଲେ ଅଫ ଦୌଡ଼ରୁ ବାହାରି ଯାଇଛି । ତେବେ ଆଜିର ମ୍ୟାଚ ଜିତି ନିଜର ସମ୍ମାନ ରଖିବାକୁ ଚେଷ୍ଟା କରିବ ହାଇଦ୍ରାବାଦ । ଅନ୍ୟପକ୍ଷରେ ବାଙ୍ଗାଲୋର ୧୨ଟି ମ୍ୟାଚରୁ ୮ଟି ବିଜୟ ସହ ୧୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ଏହି ଦଳ ଏବେ ପ୍ଲେ ଅଫରେ ନିଜର ସ୍ଥାନ ନିଶ୍ଚିତ କରିସାରିଛି । କିନ୍ତୁ ଆଜିର ମ୍ୟାଚ ଜିତି ବିରାଟଙ୍କ ଦଳ ନିଜର ପଏଣ୍ଟ ସଂଖ୍ୟା ବୃଦ୍ଧି କରିବାକୁ ଚେଷ୍ଟା କରିବ ।

ବାଙ୍ଗାଲୋର ଏକାଦଶ : ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପାଡିକଲ, ଶ୍ରୀକର ଭାରତ (ୱିକେଟ୍ ରକ୍ଷକ), ଗ୍ଲେନ ମ୍ୟାକ୍ସୱେଲ, ଏବି ଡିଭିଲିୟର୍ସ, ଡାନିଏଲ ଖ୍ରୀଷ୍ଟିଆନ, ଶାହବାଜ ଅହମ୍ମଦ, ଜର୍ଜ ଗାର୍ଟନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ

ହାଇଦ୍ରାବାଦ ଏକାଦଶ : କେନ ୱିଲିୟମସନ (ଅଧିନାୟକ), ଜସନ ରୟ, ରିଦ୍ଧିମାନ ସାହା (ୱିକେଟ୍ ରକ୍ଷକ), ପ୍ରିୟମ ଗର୍ଗ, ଅବଦୁଲ ସମାଦ, ଅଭିଷେକ ଶର୍ମା, ଜେସନ ହୋଲ୍ଡର, ରସିଦ ଖାନ, ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ, ଉମରନ ମଲିକ