କନକ ବ୍ୟୁରୋ : ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆଜି ହେବ ବୁଧବାରର ବଡ଼ ଟକ୍କର । ଆଇପିଏଲର ୪୩ତମ ମ୍ୟାଚରେ ମୁହାଁମୁହିଁ ହେବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ । ତେବେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବ୍ୟାଟିଂ ମୈଦାନକୁ ଓହ୍ଲାଇବ ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ଦଳ ।
ଚଳିତ ଆଇପିଏଲର ପଏଣ୍ଟ ଟେବୁଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବର୍ତ୍ତମାନ ସୁଦ୍ଧା ୧୨ ଅଙ୍କ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ରାଜସ୍ଥାନ ମାତ୍ର ୮ ଅଙ୍କ ସହ ଟେବୁଲ ତାଲିକାର ସପ୍ତମ ସ୍ଥାନରେ ରହିଛି । ଆଉ ସେହି ଦୃଷ୍ଟିରୁ ଆଜିର ମ୍ୟାଚ ଜିତିବା ବାଙ୍ଗାଲୋର ପାଇଁ ଯେତିକି ଆବଶ୍ୟକ, ତାଠାରୁ ଅଧିକ ରାଜସ୍ଥାନ ପାଇଁ । କାରଣ ରାଜସ୍ଥାନ ଯଦି ଆଜିର ମ୍ୟାଚରେ ହାରିଯାଏ, ତେବେ ପ୍ଲେ ଅଫକୁ ଯିବା ପାଇଁ ହୁଏତ ଟିକେ କଷ୍ଟକର ହୋଇଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/ipl-1.jpg)