ଟସ ଜିତି ଆରସିବିର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ପଞ୍ଜାବ ।

61

କନକ ବ୍ୟୁରୋ: ଆଜି ଆଇପିଏଲରେ ମୁହାଁମୁହିଁ ହେଉଛନ୍ତି ଆରସିବି ଓ ପଞ୍ଜାବ । ଯେଉଁଥିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି । ତେବେ ଏହି ମ୍ୟାଚ୍ ଆଜି ବାଙ୍ଗାଲୋର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାହିଁକି ନା ଏହି ମ୍ୟାଚରେ ବିଜୟ ହାସଲ କଲେ ଦଳ ପ୍ଲେ-ଅଫର ନିକଟତର ହେବ । ସେହିପରି ପଞ୍ଜାବ ମଧ୍ୟ ପ୍ଲେ-ଦୌଡରେ ରହିବାକୁ ଏହି ମ୍ୟାଚରେ ବିଜୟୀ ହେବା ନିହାତି ଦରକାର ।

ତେବେ ଆଜିର ମ୍ୟାଚ୍ ପାଇଁ କେ ଏଲ ରାହୁଲ ନିଜ ଦଳରେ ୩ଟି ପରିବର୍ତ୍ତନ କରିଛନ୍ତି । ତେଣୁ ଏହି ମ୍ୟାଚରେ ପଞ୍ଜାବ ଦଳ ଯେକୌଣସି ମତେ ବିଜୟୀ ହେବାକୁ ଚେଷ୍ଟିତ ବୋଲି ପରୋକ୍ଷରେ ସୂଚନା ଦେଇଛି । ସେହିପରି ବିରାଟ କୋହଲିଙ୍କ ଦଳ ପୂର୍ବ ଏକାଦଶ ସହ ପଡିଆକୁ ଓହ୍ଲାଇବ । ଏଯାବତ ଆରସିବି ୧୧ଟି ମ୍ୟାଚରୁ ୧୪ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ସେହିପରି ପଞ୍ଜାବ ୧୨ଟି ମ୍ୟାଚରୁ ୧୦ ପଏଣ୍ଟ ହାସଲ କରି ପଞ୍ଚମ ସ୍ଥାନରେ ରହିଛି । ତେଣୁ ଏହି ମ୍ୟାଚରେ କିଏ ବିଜୟୀ ହେଉଛି ତାହା ଦେଖିବାକୁ ବାକି ରହିଲା ।