କନକ ବ୍ୟୁରୋ : ଶାରଜାହା କ୍ରିକେଟ୍ ଷ୍ଟାଡିୟମରେ ଆଉ କିଛି ସମୟ ପରେ ଖେଳାଯିବ ଚଳିତ ଆଇପିଏଲର ହାଇଭୋଲଟେଜ୍ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ପ୍ରଥମେ ବୋଲିଂ କରିବ କୋଲକାତା ନାଇଟ୍ ରାଇଡର୍ସ ।
ଆଜି କୋଲକାତା ଓ ବେଙ୍ଗାଲୁରୁ ମଧ୍ୟରେ ହେବ ମହା ମୁକାବିଲା । ଆଜି ଉଭୟ ଦଳଙ୍କ ପାଇଁ ‘କର ବା ମର’ ମ୍ୟାଚ୍ । କାରଣ ଆଜି ଯେଉଁ ଦଳ ପରାଜିତ ହେବ, ଚଳିତ ଆଇପିଏଲରେ ସେହି ଦଳ ନିଜର ଅଭିଯାନ ଶେଷ କରିବ । ଏବଂ ବିଜୟୀ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ସହ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍ ଖେଳିବ । ସେପଟେ ଦିଲ୍ଲୀକୁ ମାତ୍ ଦେଇ ଫାଇନାଲରେ ପହଞ୍ଚି ସାରିଛି ଚେନ୍ନାଇ ସୁପରକିଙ୍ଗସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/rcb-vs-kkr.jpg)