ଆଇପିଏଲ ଟକ୍କର : ଟସ୍ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ କୋଲକାତା । 

68

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚରେ ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ତେଣୁ ଏବେ ବୋଲିଂ କରିବ କୋଲକାତା ନାଇଟ ରାଇଡର୍ସ ଦଳ । ବାଙ୍ଗାଲୋରର ଦୁଇ ଓପନର ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ । ବାଙ୍ଗାଲୋରକୁ ଏହି ମ୍ୟାଚ ଜିତିବାକୁ ହେଲେ ଏକ ବଡ ପାଳି ଖେଳିବାକୁ ହେବ ।

ଉଭୟ ଦଳ ଚଳିତ ଆଇପିଏଲରେ ସମାନ ସ୍ଥିତିରେ ରହିଛନ୍ତି । ଦୁଇ ଦଳ ୬ଟି ଲେଖାଏଁ ମ୍ୟାଚ ଖେଳି ୪ଟି ବିଜୟ ଓ ୨ଟି ପରାଜୟ ସମ୍ନା କରିଛନ୍ତି । ତେଣୁ ଆଜି ଶୀର୍ଷକୁ ଉଠିବା ପାଇଁ ଦୁଇ ଦଳ ମଧ୍ୟରେ ଘମାଘଟ ଲଢେଇ ଦେଖିବାକୁ ମିଳିବ ।

ବାଙ୍ଗାଲୋରରେ ବିରାଟ କୋହଲି, ଏବି ଡିଭିଲିୟର୍ସ, ଆରୋନ ଫିଞ୍ଚ, ଶିବମ ଦୁବେ ଭଳି ଖେଳାଳି ରହିଛନ୍ତି । ସେହିପରି କୋଲକାତାରେ ଶୁଭମନ ଗିଲ, ଇୟନ ମୋର୍ଗାନ, ଆନ୍ଦ୍ରେ ରସେଲ ଓ ଦିନେଶ କାର୍ତ୍ତିକଙ୍କ ଭଳି ଖେଳାଳି ରହିଛନ୍ତି ।