କନକ ବ୍ୟୁରୋ : ଫିଲ୍ମ କଶ୍ମୀର ଫାଇଲ ନେଇ ପ୍ରଥମେ ବିବାଦ ଆଉ ଏବେ ରାଜନୀତି ଜୋର ଧରିଛି । କଶ୍ମୀରପଣ୍ଡିତଙ୍କ ପଳାୟନୁ ଅଧାର କରି କଶ୍ମୀର ଫାଇଲା ପ୍ରସ୍ତୁତ ହୋଇଛି । ତେବେ କାହାଣୀକୁ ନେଇ ବିବାଦ ଦେଖାଦେଇଛି । ଗୋଟେ ପଟେ ବକ୍ସ ଅଫିସରେ ଫିଲ୍ମ ବେଶ ଭଲ ପ୍ରଦର୍ଶନ କରୁଥିବାବେଳେ ଅନ୍ୟପଟେ କାହାଣୀକୁ ବିରୋଧ କରି ରାଜରାସ୍ତାରେ,ସୋସିଆଲ ମିଡିଆରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି ।
ଭିଓ-ବକ୍ସ ଅଫିସରେ ବେଶ ଭଲ ପ୍ରଦର୍ଶନ କରୁଛି ନିକଟରେ ରିଲିଜ ହୋଇଥିବା ଫିଲ୍ମ କଶ୍ମୀର ଫାଇଲ । ଫିଲ୍ମରେ କଶ୍ମୀରରୁ କିଭଳି କଶ୍ମୀର ପଣ୍ଡିତମାନେ ପଳାୟନ କରିଥିଲେ ଏହାକୁ ନେଇ ପର୍ଯ୍ୟବେସିତ ହୋଇଛି କାହାଣୀ । ଦର୍ଶକଙ୍କୁ ବେଶ ପସନ୍ଦ ଆସିବା ସହ ବକ୍ସ ଅଫିସ କଲେକସନ ବି ଆଶାନୁରୂପ ରହିଛି । ତେବେ କଂଗ୍ରେସର ଏକ ଟୁଇଟ ଫିଲ୍ମକୁ ନେଇ ବିବାଦ ସୃଷ୍ଟି କରିଛି ।୧୯୯୦ ମସିହାରେ ଯେତେବେଳେ କାଶ୍ମିର ପଣ୍ଡିତ ମାନେ ପ୍ରଦେଶ ଛାଡି ପଳାୟନ କରୁଥିଲେ ବିଜେପି ତାଙ୍କ ପାଇଁ କିଛି କରିନଥିବା ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଭିଓ-ସୋସିଆଲ ମିଡିଆ ୟୁର୍ଜର ମଧ୍ୟ କଂଗ୍ରେସର ଟୁଇଟକୁ ସହଜରେ ଗ୍ରହଣ କରିପାରିନି । କଂଗ୍ରେସ ଏଭଳି ଟୁଇଟ ଦେଶରେ ଘୃଣା ସୃଷ୍ଟି କରୁଥିବା ୟୁଜର୍ରସଙ୍କ ମତ ପ୍ରକାଶ ପାଇଛି । କେରଳ କଂଗ୍ରେସ ପକ୍ଷରୁ କରାଯାଇଥିବା ଏଭଳି ଏକ ଟୁଇଟ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି । ସେପଟ କଂଗ୍ରେସକୁ ଇତିହାସ ଜଣାନଥିବା କହିଛି ବିଜେପି ।
ରିଲିଜ ହେବାର ତୃତୀୟ ଦିନ ସୁ୍ଦ୍ଧା ଫିଲ୍ମ କାଶ୍ମିର ଫାଇଲ ବକ୍ସ ଅଫିସ କଲେକ୍ସନ ୧୫ କୋଟି ପାଇ କରିଛି । ଫିଲ୍ମରେ ବଲିଉଡ ଅଭିନେତା ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ପୁନିତ ଇସାର, ପ୍ରକାଶ ବେଲବାଡି, ଦର୍ଶନ କୁମାର ଓ ଅଭିନେତ୍ରୀ ପଲ୍ଲବୀ ଯୋଷି, ମୃଣାଲ କୁଲକର୍ଣ୍ଣି ଆଦି ପ୍ରମୁଖ କଳାକାର ନଜର ଆସିଛନ୍ତି । ଏକ ସତ୍ୟ ଘଟଣାକୁ ନେଇ ଆଧାରିତ ଫିଲ୍ମ କାଶ୍ମିର ଫାଇଲସ ।