ଦୁର୍ଘଟଣା ପରେ ବଦଳିଲା ଟ୍ରେନର ଗତିପଥ । ୫ଟି ଟ୍ରେନର ରୁଟରେ ପରିବର୍ତ୍ତନ କଲେ ରେଳବାଇ କର୍ତ୍ତୃପକ୍ଷ ।

283

କନକ ବ୍ୟୁରୋ : ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା ପରେ ବଦଳିଲା ୫ଟି ଟ୍ରେନର ଗତିପଥ । ଏହି ଟ୍ରେନ ଗୁଡିକ ନିର୍ଗୁଣ୍ଡି-ଟାଙ୍ଗୀ ରୁଟରେ ନଆସି ଭାୟା ନରାଜ ଦେଇ ଗତି କରିବେ । ଏହି ଟ୍ରେନ ଗୁଡିକ ହେଉଛି, ପୁରୀ-ରାଉରକେଲା ପାସେଞ୍ଜର, ଦୁର୍ଗ-ପୁରୀ ଏକ୍ସପ୍ରେସ, ଧାନବାଦ-ଭୁବନେଶ୍ୱର ରାଜ୍ୟରାଣୀ ଏକ୍ସପ୍ରେସ, ତାଳଚେର-ପୁରୀ ମେମୁ ଏବଂ ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ । ଏହି ସମସ୍ତ ଟ୍ରେନ ଗୁଡିକ ନରାଜ ଦେଇ ଗତି କରିବ ।

ତେବେ ଆଜି ସକାଳେ ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା । ପ୍ରବଳ କୁହୁଡି ଯୋଗୁଁ କଟକ ନିର୍ଗୁଣ୍ଡି-ଟାଙ୍ଗୀ ନିକଟରେ ଟ୍ରାକରୁ ଖସିଯାଇଥିଲା ଟ୍ରେନ୍ । ଆଗରେ ଥିବା ମାଲବାହୀ ଗାଡି ସହ ଧକା ହେବା ପରେ ଟ୍ରାକରୁ ତଳକୁ ଖସିଯାଇଥିଲା ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଲକ ଏକ୍ସପ୍ରେସ ।