କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ । ପୂର୍ବରୁ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରସଙ୍ଗରେ ଦିଲ୍ଲୀ ପଦଯାତ୍ରା କରି ଚର୍ଚ୍ଚାକୁ ଆସିଥିଲେ ମୁକ୍ତିକାନ୍ତ । ଏବେ ପୁଣି ସେ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି । ଏଥର ମୁକ୍ତିକାନ୍ତ ରାଉରକେଲାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରକଳ୍ପର ଦୁଇଟି ମଡେଲ କାନ୍ଧରେ ବୋହି ପଦଯାତ୍ରାରେ ବାହାରିଛନ୍ତି ।
ରାଉରକେଲା ସେକ୍ଟର-୨ ସ୍ଥିତ ବିଜୁ ପଟ୍ଟନାୟକ ଛକରୁ ସେ ଆରମ୍ଭ କରିଛନ୍ତି ଏହି ପଦଯାତ୍ରା । ଯାତ୍ରା ସମ୍ପର୍କରେ ମୁକ୍ତିକାନ୍ତ କହିଛନ୍ତି ଦୀର୍ଘ ୯ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା କୋଏଲ ବ୍ୟାରେଜ ଓ ରିଂ ରୋଡ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ରାଉରକେଲା ସରକାରୀ ହସ୍ପିଟାଲକୁ କ୍ୟାପିଟାଲ ହସ୍ପିଟାଲ ମାନ୍ୟତା କାର୍ଯ୍ୟକାରୀ ହୋଇନି । ବିଶ୍ରା ଓ ନୂଆଗାଁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପ୍ରତିଶ୍ରୁତିରେ ହିଁ ରହିଯାଇଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସାଙ୍ଗରେ ନେଇଥିବା ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକର ସାଙ୍କେତିକ ମଡେଲ ଦେଖାଇ ତାଙ୍କ ପ୍ରତିଶ୍ରୁତି ଓ ଘୋଷଣା ମନେପକାଇବା ପାଇଁ ସେ ଭୁବନେଶ୍ୱରକୁ ପଦଯାତ୍ରାର ଯାଉଛନ୍ତି ।
Follow Us