ରାଉରକେଲାର ବଡ ସାଇବର ଠକେଇର ପର୍ଦ୍ଦାଫାସ । କ୍ରିପ୍ଟୋ କରେନ୍ସି ନାଁରେ ଚଳାଇଥିଲେ ଅନଲାଇନ ଫ୍ରଡ୍ । ୫ ଜଣଙ୍କୁ ବାନ୍ଧିଲା ପୁଲିସ ।

220

କନକ ବ୍ୟୁରୋ: ବଡ଼ ସାଇବର କ୍ରାଇମର ପର୍ଦ୍ଦାଫାସ କଲା ରାଉରକେଲା ପୋଲିସ । କ୍ରିପ୍ଟୋ କରେନ୍ସି ନାଁରେ ଅନଲାଇନରେ ଚାଲିଥିଲା ଠକେଇ । କମ୍ବୋଡ଼ିଆରୁ ହେଉଥିଲା ଅପରେଟ୍ । ସୋସିଆଲ ମିଡିଆ ସାଇଡରେ ବିଭିନ୍ନ ପ୍ରଲୋଭନ ଦେଖାଇ ଠକୁଥିଲେ ଅଭିଯୁକ୍ତ । ଘଟଣାରେ ୫ ଜଣଙ୍କୁ ଗିରଫ କରିବା ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି ।

ଗିରଫ ଅଭିଯୁକ୍ତଙ୍କମାନେ ଛତିଶଗଡ଼ ଓ ଦୁର୍ଗ ଅଞ୍ଚଳର । ଏମାନଙ୍କଠାରୁ କୋଟିଏ ଟଙ୍କା ଜବତ ହୋଇଛି । ୨୦୦ରୁ ଅଧିକ ବିଭିନ୍ନ କମ୍ପାନୀର ସିମ୍ ରଖି କାରବାର ଚଳାଇଥିଲେ । ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଶାଖାରେ ମାମଲା ରୁଜୁ ହୋଇଛି ।