ଉଦିତନଗର ଥାନା ମହିଳା ଏଏସଆଇଙ୍କ ସନ୍ଦେହଜନକ ମୃତ୍ୟୁ । ଗଣ୍ଡଗୋଳର ଛାନଭିନ୍ ପାଇଁ ଯାଇଥିଲେ ଏ.ଏନ.ଲୁଗୁନ

343

କନକ ବ୍ୟୁରୋ :   ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ.ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।  ଏକ ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ମାମଲାରେ  ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଖବର ପାଇ ସଂପୃକ୍ତ ଏଏସଆଇ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।  ମୃତ୍ୟୁର ସଠିକ କାରଣ  ସ୍ପଷ୍ଟ ହୋଇଛନି । ଆଇଜିଏଚରେ ମୃତଦେହକୁ ରଖାଯାଇଛି । ପୁଲିସ ଘଟଣାର ଛାନଭିନ କରୁଛି । ଏ.ଏନ.ଲୁଗୁନ ମହିଳା ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ । ସୁସ୍ମିତା ମିଞ୍ଜଙ୍କ କିଛି ଦିନ ତଳେ ମୃତ୍ୟୁ  ହୋଇଥିଲା । ଏହି ମୃତ୍ୟୁ ଉପରୁ ପରଦା ହଟିନଥିବାବେଳେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ମହିଳା ଏଏସଆଇଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।