କନକ ବ୍ୟୁରୋ: ରାଉରକେଲା ଷ୍ଟିଲ ପ୍ଲାଂଟ-ଆରଏସପିର ଏକ ବଡ ଦୁର୍ନିତି ସାମ୍ନାକୁ ଆସିଛି । କମ୍ପଟ୍ରୋଲର ଅଡିଟର ଜେନେରାଲ-ସିଏଜି ତାଙ୍କ ରିପୋର୍ଟରେ ଏହି ଦୁର୍ନିତିର ପର୍ଦ୍ଦାଫାଶ କରିଛନ୍ତି । ରିପୋର୍ଟ ମୁତାବକ କିଛି କଂପାନୀକୁ ଅନୁଗ୍ରହ ଦେଖାଇଥିବାରୁ ଏହି ରାଷ୍ଟ୍ରାୟତ କଂପାନୀକୁ ପାଖାପାଖି ୨୨ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଆଉ କନକ ନ୍ୟୁଜ ହାତରେ ଲାଗିଛି ଏହି ଏକ୍ସକ୍ଲୁସିଭ ତଥ୍ୟ ।
ଇଏ ହେଉଛି ସେହି ସିଏଜି ରିପୋର୍ଟ । ଇସ୍ପାତ କାରଖାନାର ଅକ୍ସିଜେନ ପ୍ଲାଂଟ ନିର୍ମାଣ କରିବାକୁ ଆରଏସପି କତ୍ତୃପକ୍ଷ ଲିଣ୍ଡେ ଇଣ୍ଡିଆ ନାମକ କଂପାନୀକୁ ଦାୟିତ୍ୱ ଦେଇଥିଲେ । ତେବେ ଏହି କଂପାନୀକୁ ଅନୁଗ୍ରହ ଦେଖାଇବାକୁ କଂପାନୀର ବଡବଡିଆ ବାବୁମାନେ ଓଇଆରସି ଅଧିନିୟମକୁ ଉଲଂଘନ କରିଥିଲେ ।
ୱେସ୍କୋଠାରୁ ଆରଏସପି କେବଳ ବିଦ୍ୟୁତ ନେବାକୁ ବୁଝାମଣା ହୋଇଥିବା ସତ୍ୱେ ଆରଏସପି ଏହି ବିଦ୍ୟୁତକୁ ଲିଣ୍ଡେ ଇଣ୍ଡିଆକୁ ଦେଇଥିଲେ । ଏହା ଓଇଆରସି ଅଧିନିୟମକୁ ଉଲଂଘନ କରୁଥିବାରୁ ଆରଏସପିକୁ ୱେସ୍କୋ ୨୨ କୋଟି ୮୩ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Screen-shot-2017-10-09-at-5.41.52-PM.png)