କନକ ବ୍ୟୁରୋ: ସେମାନେ ବି ହୋଇପାରିବେ ସକ୍ଷମ । ଦିବ୍ୟାଙ୍ଗ ହୋଇଗଲେ ବି ଜଣେ ଜୀବନ ସାରା ଅକ୍ଷମ ହୋଇ ରହିବ ତା ନୁହେଁ । ଏହାର ନିଦାନ ବି ଅଛି । ଦିବ୍ୟାଙ୍ଗଙ୍କ ପାଇଁ ବରଦାନ ପାଲଟିବା ସହିତ ସେମାନଙ୍କ ମୁହଁରେ ହସ ଫୁଟାଇଛି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ବେସାହାରା ଦିବ୍ୟାଙ୍ଗ ମାନଙ୍କର କୃତ୍ରିମ ଅଙ୍ଗ ରୋପଣ କରାଯାଇ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଯାଉଛି । ଆଉ ଏହି ପ୍ରୟାସ କରୁଛି ରାଉରକେଲା ଆଂଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର । ଗୋଡ ହାତ ହରାଇଥିବା ଲୋକଙ୍କୁ ଆଣି ସେମାନଙ୍କର ମାଗଣାରେ କୃତ୍ରିମ ଅଙ୍ଗ ରୋପଣ କରୁଛି ଏହି ଅନୁ୍ଷ୍ଠାନ ।

Advertisment

ଏବେ ସୁଦ୍ଧା ୬ ଶହରୁ ଅଧିକ ଦିବ୍ୟାଙ୍ଗଙ୍କ କୃତ୍ରିମ ଅଙ୍ଗ ରୋପଣ କରାଯାଇସାରିଛି । ଏମାନଙ୍କୁ କୃତ୍ରିମ ଅଙ୍ଗ ରୋପଣ କରାଇବା ସହିତ ସମାଜରେ କିଭଳି ସାଧାରଣ ଲୋକଙ୍କ ଭଳି ବଂଚିପାରିବେ ସେ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ପଶ୍ଚିମ ଓଡିଶାର ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଉପକରଣ ଯୋଗାଯିବା ସହିତ ସଶକ୍ତିକରଣ କରାଇବା ଲକ୍ଷ୍ୟରେ ଏହା ଆରମ୍ଭ ହୋଇଥିଲା । ଏଥିରେ ସାମିଲ ହୋଇଥିଲେ ଦକ୍ଷ ଅଭିଗଂତା ସମ୍ପନ୍ନ ପରେ ଏଥିରେ କୃତ୍ରିମ ଅଙ୍ଗ ଓ ଗବେଷଣା ପ୍ରକଳ୍ପକୁ ସାମିଲ କରାଯାଇଛି । ଆଉ ଏତିକି ବର୍ଷ ଭିତରେ ବହୁ ଦିବ୍ୟାଙ୍ଗ ଙ୍କୁ କୃତ୍ରିମ ଅଙ୍ଗ ରୋପଣ କରିବାରେ ସକ୍ଷମ ହୋଇପାରିଛନ୍ତି । ଆଉ ସାଧାରଣ ଲୋକଙ୍କ ଭଳି ହୋଇଛି ତାଙ୍କର ଜୀବନଶୈଳୀ ।