କଟକ ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ ପରେ ରାଉରକେଲା ଲୁଟ୍ ଘଟଣାର ଖିଅ ଖୋଜୁଛି ପୁଲିସ୍ । କେମିତି ଧରାପଡ଼ିଲେ ଲୁଟେରା, କେମିତି ହୋଇଥିଲା ଲୁଟ୍…ଦୁଇଟି ଲୁଟରେ ଥିଲା ସମାନତା ।

245

କନକ ବ୍ୟୁରୋ : କଟକ ନୟାସଡକ ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ ପରେ ୪ ବର୍ଷ ତଳେ ରାଉରକେଲାରେ ହୋଇଥିବା ଆଇଆଇଏଫଏଲ ସୁନା ଲୁଟ ଘଟଣାରେ ଫାଇଲ ଖୋଲିଛି ପୁଲିସ । ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ ପୁଲିସ କେଉଁ ତରିକା ଆପଣାଇଲା, ସେନେଇ କଥାବାର୍ତ୍ତା ଜାରି ରଖିଛି ରାଉରକେଲା ପୁଲିସ । ଦୁଇଟି ଯାକ ଲୁଟ୍ ଘଟଣାରେ ସାମଞ୍ଜସ୍ୟ ରହିଥିବାରୁ କଟକ ଘଟଣାରୁ ରାଉରକେଲା ପୁଲିସକୁ କିଛି ଲିଡ୍ ମିଳିପାରେ ବୋଲି ଆଶା କରାଯାଉଛି ।

ରାଉରକେଲା ସୁନା ଲୁଟ ଲୁଟର କେବେ ଫିଟିବ ରହସ୍ୟ ? କେମିତି ହୋଇଥିଲା ଏହି ସୁନା ଲୁଟ ? ୪ ବର୍ଷ ପରେ ଖିଅ ଖୋଜୁଛି ପୋଲିସ । କଟକ ନୟାସଡକ ସୁନା ଲୁଟ ଘଟଣାର ପର୍ଦ୍ଦାଫାଶ ପରେ ୪ବର୍ଷ ତଳେ ରାଉରକେଲାରେ ହୋଇଥିବା ସମାନ ଧରଣର ସୁନା ଲୁଟ ଘଟଣାର ଫାଇଲ ଖୋଲିଛି । କଟକ ଲୁଟ ଘଟଣା ସହିତ ରାଉରକେଲା ଲୁଟର ମଧ୍ୟ ସାମଞ୍ଜସ୍ୟ ରହିଥିବାରୁ ପୋଲିସ ଖୋଜୁଛି ସୁରାକ ।

ନୟାସଡକରେ ଯେତେବେଳେ ଲୁଟ ହୋଇଥିଲା ସେତେବେଳେ ସିସିଟିଭି କାମ କରୁନଥିଲା, ସାଇରନ ବାଜି ନଥିଲା ଏବଂ ସୁରକ୍ଷା କର୍ମୀ ନଥିଲେ । ଆଜିକୁ ଠିକ ୪ବର୍ଷ ତଳେ ୨୦୧୬ ମସିହା ଜୁଲାଇ ୮ ତାରିଖରେ ରାଉରକେଲା ଆଇଆଇଏଫଏଲରେ ସମାନ ଧରଣର ଲୁଟ ହୋଇଥିଲା । କଟକ ଷଡଯନ୍ତ୍ରର ଭିତିରିକଥା ଜଣାପଡିବା ପରେ ଏବେ ରାଉରକେଲା ଫାଇଲ ଖୋଲିଛି । କମିଶନରେଟ ପୋଲିସ ସହିତ ଯୋଗାଯୋଗ କରୁଛି ରାଉରକେଲା ପୋଲିସ । ଲୁଟ ହୋଇଥିବା ୧୬ କେଜି ସୁନାକୁ ଖୋଜି ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ରାଉରକେଲା ପୋଲିସ ।

କଟକ ସୁନା ଲୁଟ୍ ଘଟଣାରେ ଅଫିସର ଜଣେ ମହିଳା କର୍ମଚାରୀ ପୁରା ମାମଲାରେ ମୁଖ୍ୟ କାର୍ପଟଦାର ଥିଲେ । ପୋଲିସ ସୁନା ଉଦ୍ଧାର କରିବା ସହିତ ସୁନା ଲୁଟର ନିଳ ନକ୍ସାକୁ ଖୋଜି ବାହାର କରିଛି । ତେଣୁ ଏହି ଘଟଣାରୁ ଲିଡ୍ ପାଇଁ ରାଉରକେଲା ଲୁଟ ଘଟଣାର ଖୁଲାସା ହେବ ବୋଲି ଆଶା କରାଯାଉଛି । ଏବେ ଦେଖିବାର କଥା ୪ବର୍ଷ ପରେ ପୋଲିସ ତଦନ୍ତ ପ୍ରକ୍ରିୟା କିପରି ତ୍ୱରାନ୍ୱିତ କରୁଛି ଏବଂ କେବେ ଅପରାଧୀଙ୍କ ପାଖରେ ପହଂଚୁଛି ।