କନକ ବ୍ୟୁରୋ : ଓଡିଶା-ଝାଡଖଣ୍ଡ ସୀମାରୁ ଗିରଫ ୩ ଦୁର୍ଦ୍ଦାନ୍ତ ପିଏଲଏଫଆଇ ସଦସ୍ୟା । ଏମାନଙ୍କୁ ଗିରଫ କରିଛି ରାଉରକେଲା ବିଶ୍ରା ଥାନା ପୁଲିସ । ଗିରଫ କ୍ୟାଡରମାନେ ହେୁଛନ୍ତି ରମେଶ ସିଂହ , ରାଧେ ନାୟକ ଓ ସଜିତ ରାମ । ଏମାନଙ୍କଠାରୁ ୨ଟି ରାଇଫଲ ଓ ୧୦ରାଉଣ୍ଡ ଜୀବନ ଗୁଳି ଜବତ ହୋଇଛି । ଗିରଫ ପିଏଲଏଫଆଇ ସଦସ୍ୟ ଝାଡଖଣ୍ଡ ସୀମଡେଗା ଜିଲ୍ଲାର ।
ଏମାନେ ସୀମଡେଗା ସମେତ ସୁନ୍ଦରଗଡ ଜିଲ୍ଲାରେ ସକ୍ରିୟ ଥିଲେ । ବିଭିନ୍ନ ସମୟରେ ହତ୍ୟା, ବଟି ଆଦାୟ, ଅପହରଣ ଭଳି ବିଭିନ୍ନ ସଙ୍ଗୀନ ମାମଲାରେ ଏମାନେ ଜଡିତ ଥିଲେ । ତେବେ ରାଧେ ନାୟକ ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ତେବେ ଏହି ୩ କ୍ୟାଡର ଏକ ବଡ ଧରଣର ଅପରାଧ ପାଇଁ ଯୋଜନା କରୁଥିବା ବେଳେ ଏମାନଙ୍କୁ ଗିରଫ କରିଛି ବିଶ୍ରା ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-22-16h45m48s224.png)