କନକ ବ୍ୟୁରୋ : ରାଉରକେଲା ମହାନଗର ନିଗମ ଘେରାଉ କଲେ ବସ୍ତିବାସିନ୍ଦା । କମିଶନରଙ୍କୁ ଭେଟି କ୍ଷୋଭଭରା ନିବେଦନ କଲେ ୮୫ ବର୍ଷିୟ ବୃଦ୍ଧା । ବସ୍ତିବାସିନ୍ଦାଙ୍କୁ ମହାନଗର ନିଗମରେ ସାମିଲ କରି ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ।
ଠିଆ ହୋଇ ପାରୁନାହାନ୍ତି । ସିଧା ଚାଲିବା ପାଇଁ ଅଂଟାରେ ଶକ୍ତି ନାହିଁ । ତଥାବି ସମସ୍ୟା ଜଣାଇବା ପାଇଁ ନଇଁ ନଇଁ ଚାଲି ଚାଲି ଆସି ଆରଏମସି କମିଶନର ଡକ୍ଟର ଶୁଭଙ୍କର ମହାପାତ୍ରଙ୍କୁ ଭେଟିଛନ୍ତି ବୃଦ୍ଧା । ରାଉରକେଲା ରଘୁନାଥପାଲ୍ଲି ଓ ଦକ୍ଷିଣ ରାଉରକେଲାର ଶତାଧିକ ବସ୍ତିବାସିନ୍ଦା ଆରଏମସି କାର୍ଯ୍ୟାଳୟ ଘେରାଉ କରି ଦାବି ଜଣାଇଛନ୍ତି ।