୧୩ ଘଣ୍ଟା ପରେ ବି ମୃତଦେହ ହସ୍ତାନ୍ତର କଲେନି ମେଡିକାଲ କର୍ତ୍ତୃପକ୍ଷ । ରାଉରକେଲା ଜେପି ହସ୍ପିଟାଲରେ ହଙ୍ଗାମା କଲେ ପରିବାର ଲୋକେ ।

235

କନକ ବ୍ୟୁରୋ: ରୋଗୀଟିଏ ଅସୁସ୍ଥ ହେଲେ ଜୀବନ ବିକଳରେ ଡାକ୍ତରଖାନାକୁ ଆସେ । ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ପାଇ ସୁସ୍ଥ ହୋଇ ଘରକୁ ଫେରିବାକୁ ଆଶା ରଖିଥାନ୍ତି ଉଭୟ ରୋଗୀ ଓ ରୋଗୀଙ୍କ ସଂପର୍କୀୟ । ହେଲେ ଯଦି ଡାକ୍ତରଖାନାରେ ସଠିକ୍ ସମୟରେ ସଠିକ୍ ଚିକିତ୍ସା ନମିଳେ, ଆଉ ମୃତଦେହ ନେବା ପାଇଁ ଘରୋଇ ଡାକ୍ତରଖାନାରେ ରୋଗୀ ସଂପର୍କୀୟଙ୍କୁ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡେ ତେବେ ଡାକ୍ତରଖାନା ଉପରୁ ଲୋକଙ୍କ ଭରସା ତୁଟିଯାଏ । ସେମିତି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ସ୍ଥିତ ଜେପି ହସ୍ପିଟାଲରେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରୋଗୀଙ୍କ ମୃତ୍ୟୁର ୧୩ ଘଂଟା ପରେ ବି ମୃତଦେହ ହସ୍ତାନ୍ତର କଲେ ନାହିଁ ମେଡିକାଲ କର୍ତୃପକ୍ଷ । ଯାହାକୁ ନେଇ ମୃତକଙ୍କ ପରିବାର ଲୋକେ ତାତି ଉଠିଥିଲେ ଆଉ ଜୟପ୍ରକାଶ ହସ୍ପିଟାଲରେ ହଙ୍ଗାମା କରିଥିଲେ । ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାଧାରଣରେ ଏହି ଘଟଣାକୁ ନିନ୍ଦା କରାଯାଉଛି ।