ଜେଲରେ କଏଦୀଙ୍କ ମୃତ୍ୟୁ ଘଟଣା ! ପତ୍ନୀ ଆଣିଲେ ସଙ୍ଗୀନ ଅଭିଯୋଗ, କହିଲେ ଭୁଲ ଇଂଜେକସନ ପାଇଁ ସ୍ୱାମୀଙ୍କର ଗଲା ଜୀବନ

Advertisment
ସିକ୍ୟୁରିଟି ଗାର୍ଡଙ୍କୁ ବିଭତ୍ସ ହତ୍ୟା : ହତ୍ୟାକାରୀକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : କଏଦୀ ମୃତୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଉତ୍ତେଜନ। ଭୁଲ ଇଂଜେକସନ , ଚିକିତ୍ସାରେ ଅବହେଳା ଅଭିଯୋଗ ଆସିଛି। ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି।  ମୃତ କଏଦୀ ଯୋଶେଫ ତିର୍କୀଙ୍କ ପତ୍ନୀ ପାର୍ବତୀଙ୍କ ଅଭିଯୋଗ କରିଛନ୍ତି ଯେ ସ୍ବାମୀ ଅସୁସ୍ଥ ଥିବା ସୂଚନା ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ ଦେଇନାହାନ୍ତି । ଖାଲି ସେତିକି ନୁହେଁ ସେ କହିଛନ୍ତି ଯେ ଭୁଲ୍ ଇଂଜେକସନ ଦେବା ଯୋଗୁଁ ଯୋଶେଫଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ,ଗତକାଲି ରାଉରକେଲା ସ୍ୱତନ୍ତ୍ର ଜେଲରେ ଥିବା ଜଣେ ବିଚାରାଧୀନ କଏଦୀ ଯୋଶେଫ ତିର୍କୀ(୩୯) ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ରାଉରକେଲାର ଆରଜିଏଚକୁ ନିଆଯାଇଥିଲା । ଆରଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା । ଯୋଶେଫ ଏକ ହତ୍ୟା ମାମଲାରେ ଗତ ୨୦୧୭ ଅଗଷ୍ଟ ମାସରୁ ଜେଲରେ ରହୁଥିଲେ ।

କିନ୍ତୁ ତାଙ୍କୁ ଭୁଲ ଇଂଜେକସନ ଦିଆଯାଇଥିବା ଏବଂ ତାଙ୍କର ଉପଯୁକ୍ତ ଚିକିତ୍ସା କରାଯାଇନଥିବା ହେତୁ ତାଙ୍କର ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ଯୋଶେଫଙ୍କ ପତ୍ନୀ ପାର୍ବତୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe