କନକ ବ୍ୟୁରୋ : ରାଉରକେଲା ବିପିୟୁଟି ପରିସରରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣକାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀଙ୍କ ନେତୃତ୍ୱରେ ଏକ ଟିମ୍ ଆସି ଏହାର ଅନୁଧ୍ୟାନ କରିଛି । ଜାନୁଆରୀ ମାସରେ ପୁରୁରଷ ହକି ବିଶ୍ୱକପ୍ ହେବାକୁ ଯାଉଛି ।
ପ୍ରଥମ ଥର ପାଇଁ ସୁନ୍ଦରଗଡ଼ରେ ହକି ବିଶ୍ୱକପ୍ ଆୟୋଜନ ହେବ । ଏହାକୁ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ ଭାବେ ଗଢ଼ିତୋଳିବାକୁ ପ୍ରୟାସ କରାଯାଉଛି ଓ ଏଥିରେ ଏକସଙ୍ଗେ ୨୦ ହଜାରରୁ ଅଧିକ ଦର୍ଶକ ଖେଳ ଦେଖିପାରିବେ । ହକି ପ୍ରତି ରାଜ୍ୟ ସରକାରଙ୍କ ଅବଦାନକୁ ପ୍ରଶଂସା କରିବା ସହ ଦିଲ୍ଲୀପ ତିର୍କୀ କହିଛନ୍ତି ଯେ, ବିଶ୍ୱକପର ପରିଚାଳନା ପାଇଁ ହକି ଇଣ୍ଡିଆ ଆବଶ୍ୟକ ସହଯୋଗ କରିବ ।
Follow Us