କରୋନା ରୋଗୀ ଚିହ୍ନଟ ପରେ ୩ ଦିନ ପାଇଁ ରାଉରକେଲା ଆରଜିଏଚ ଓପିଡି ବନ୍ଦ : ସଙ୍ଗରୋଧରେ ଗଲେ ଡାକ୍ତର ଓ କର୍ମଚାରୀ , ଜରୁରୀକାଳୀନ ଅସ୍ତ୍ରୋପଚାର ଛାଡି ସବୁ ଅପରେସନ ବାତିଲ

Advertisment
କରୋନା ରୋଗୀ ଚିହ୍ନଟ ପରେ ୩ ଦିନ ପାଇଁ ରାଉରକେଲା ଆରଜିଏଚ ଓପିଡି ବନ୍ଦ : ସଙ୍ଗରୋଧରେ ଗଲେ ଡାକ୍ତର ଓ କର୍ମଚାରୀ , ଜରୁରୀକାଳୀନ ଅସ୍ତ୍ରୋପଚାର ଛାଡି ସବୁ ଅପରେସନ ବାତିଲ

ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଦୁଇଜଣ ଡାକ୍ତର ଓ ୭ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ପରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ୧୩ (ସୋମବାର)ରୁ ୧୫ ତାରିଖ (ବୁଧବାର) ପର୍ୟ୍ୟନ୍ତ ଆର୍‌ଜିଏଚ୍‌ର ବର୍ହି ବିଭାଗକୁ ବନ୍ଦ ରଖାଯାଇଛି। ଆଜି ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି ହୋଇଛି। ଅଧିକ ସଂଖ୍ୟାରେ କର୍ମଚାରୀ କ୍ବାରେଣ୍ଟିନ୍‌ରେ ରହିବା ଓ ସଂକ୍ରମଣ ଭୟ ଥିବାରୁ ହସ୍ପିଟାଲ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

publive-image

ଗତକାଲି ଅଲଟ୍ରା ସାଉଣ୍ଡ , ସ୍ତ୍ରୀ ଓ ପ୍ରସୂତି ବିଭାଗରେ କର୍ମଚାରୀ କରୋନା ପିଜିଟିଭ୍‌ ଚିହ୍ନଟ ପରେ ଦୁଇଟି ବିଭାଗକୁ ବି‌ଶୋଧନ କରାଯାଇଛି। ରୁମ୍‌ ନଂ ୧ ଓ ୪ରେ ଜରୁରୀକାଳିନ ବର୍ହିବିଭାଗ ଚାଲୁ ରହିବ। ଫ୍ଲୁ (ସଂକ୍ରମଣ) କ୍ଲିନିକ୍‌ ପୂର୍ବପରି ଚାଲୁ ରହିବ। ସୋମବାର ଠାରୁ ବୁଧବାର ପର୍ୟ୍ୟନ୍ତ ତିନି ଦିନ ସାଧାରଣ ରୋଗୀ ହସ୍ପିଟାଲକୁ ନ ଆସିବାକୁ ହସ୍ପିଟାଲ ପକ୍ଷର କୁହାଯାଇଛି। ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମି ଦିନରେ ବର୍ହି ବିଭାଗ (ଓପିଡି) ବନ୍ଦ ସମୟ ଅବଧିକୁ ବୃଦ୍ଧି କରାଯିବ କି ନାହିଁ ହସ୍ପିଟାଲ ପକ୍ଷରୁ ନିଷ୍ପତ୍ତି ନିଆଯିବ। ପ୍ରଥମେ ଆର୍‌ଜିଏଚ୍‌ର ଦୁଇଜଣ ଡାକ୍ତର କରୋନା ପଜିଟିଭି ଚିହ୍ନଟ ହେବା ପରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଥିଲା। ହସ୍ପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କିୀଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe