କନକ ବ୍ୟୁରୋ : ଟଙ୍କା ଜମା ରଖ, ୪ ଘଂଟାରେ ମିଳିବ ୨ ପ୍ରତିଶତ ସୁଧ । ଏଭଳି ମିଛ ପ୍ରଲୋଭନ ଦେଇ ଲୋକଙ୍କୁ ଭୁତାଉଥିବା ଏକ ଠକ ଫାଇନାନ୍ସ କଂପାନୀ ଉପରେ ଚଢ଼ାଉ କରିଛି ରାଉରକେଲା ପୋଲିସ । ଜମା ଟଙ୍କା ଓ କାଗଜପତ୍ର ଜବତ କରିବା ସହ କଂପାନୀର ପରିଚାଳକ ଅନୀଲ ଶର୍ମାଙ୍କୁ ଉଠାଇ ନେଇ ଉଦିତନଗର ଥାନାରେ ପଚରାଉଚରା କରାଯାଇଛି । ଚେନ୍ନାଇର ‘ପୋର୍ଟ ରେଭେନ୍ୟୁ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଏହି କଂପାନୀ ରାଉରକେଲାର ବାସନ୍ତିକଲୋନୀରେ ଅଫିସ ଖୋଲି କାରବାର ଚଳାଇଥିଲା ।/kanak/media/post_attachments/wp-content/uploads/2020/01/Screen-Shot-2020-01-07-at-7.08.53-AM-300x228.png)
୪ ଘଂଟାରେ ୨ ପ୍ରତିଶଧ ସୁଧ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଜମା ସଂଗ୍ରହ କରୁଥିଲା । ଏ ନେଇ ଖବର ପାଇବା ପରେ ଏହି ଠକ କଂପାନୀ ଉପରେ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏସ୍ପି । ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିବା ବେଳେ କଂପାନୀ ଅଧିକାରୀ ଆବଶ୍ୟକ କାଗଜପତ୍ର ଦେଖାଇବାକୁ ଅସମର୍ଥ ହୋଇଥିଲେ । ଏହାପରେ ଏହି ଫାଇନାନ୍ସ କଂପାନୀର ଅଫିସକୁ ସିଲ୍ କରିବା ସହ ପରିଚାଳକକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/Screen-Shot-2020-01-07-at-7.09.35-AM.png)