ବନ୍ଧୁକ ଧରିଲେ ପ୍ରିନ୍ସିପାଲ୍ ! ଶିକ୍ଷାନୁଷ୍ଠାନରେ ୪ ରାଉଣ୍ଡ ଗୁଳି ଫୁଟାଇଲେ ଟ୍ରଷ୍ଟ ଅଧ୍ୟକ୍ଷ

100

କନକ ବ୍ୟୁରୋ : ଶିକ୍ଷାନୁଷ୍ଠାନରେ ଗର୍ଜିଲା ବନ୍ଧୁକ । ରାଉରକେଲା ଏସିଆନ ୱାର୍କର୍ସ ଡ଼େଭଲପମେଂଟ ଇନଷ୍ଟିଚ୍ୟୁଟ ଗୁଳି ଫୁଟାଇଛନ୍ତି ବସ୍ତିଆ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ । ଏହି ଶିକ୍ଷାନୁଷ୍ଠାନଟି ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଅଧିନରେ ପରିଚାଳିତ ହେଉଥିବା ବେଳେ ଆଜି ଟ୍ରଷ୍ଟର ଅଧ୍ୟକ୍ଷ ହେମନ୍ତ ମିଶ୍ର ନିଜ ବନ୍ଧୁକରୁ ୪ରାଉଣ୍ଡ ଗୁଳି ଫୁଟାଇ ଏଭଳି କାଣ୍ଡ ଭିଆଇଛନ୍ତି । ଏନେଇ ରାଉରକେଲା ସେକ୍ଟର ୭ ଥାନାରେ ଅଭିଯୋଗ କରିଛନ୍ତି ଟ୍ରଷ୍ଟର ପରାମର୍ଶଦାତା ହରେକୃଷ୍ଣ ପାଢୀ ।

ହେମନ୍ତ ଗୁଳି ଫୁଟାଇବା ସହ ଅନ୍ୟ ଟ୍ରଷ୍ଟିଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଥିବା ନେଇ ଅଭିଯୋଗ ହୋଇଛି । କଲେଜ ପରିସରରେ ରାଉରକେଲା ଏସପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ସାଇଂଟିଫିକ୍ ଟିମ୍ ଘଟଣାର ଅନୁଧ୍ୟାନ କରୁଛନ୍ତି । ଅଭିଯୁକ୍ତ ହେମନ୍ତକୁ ଏସପି ପଚରାଉଚରା କରିଛନ୍ତି । ତାଙ୍କ ବିରୋଧରେ ଆଇପିସି ଧାରା ୩୦୭, ୫୦୬, ୩୦୭ ଏବଂ ୨୫ ଓ ୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରାଯାଇଛି ।