ରାଉରକେଲା ଷ୍ଟିଲପ୍ଲାଂଟରେ ବିଷାକ୍ତ ଗ୍ୟାସ ଲିକ୍ : ୪ ମୃତ, ୨ ଗୁରୁତର; କୋଲ କେମିକାଲ  ବିଭାଗରେ ରକ୍ଷଣାବେକ୍ଷଣ କାମ ଚାଲିଥିବାବେଳେ ଘଟିଛି ଦୁର୍ଘଟଣା 

172

କନକ ବ୍ୟୁରୋ : ରାଉରକେଲା ଇସ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ ଲିକ ହୋଇ ୪ ଜଣ ପ୍ରାଣ ହରାଇଛନ୍ତି । କୋଲ କେମିକାଲ ବିଭାଗରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଥିବାବେଳେ ବିଷାକ୍ତ କାର୍ବନ ମନୋକସାଇଡ୍  ଗ୍ୟାସ ଲିକ ହୋଇଥିଲା । ଏଥିରେ  ୬ ଜଣ ଅସୁସ୍ଥ  ପଡିଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣ ପ୍ରାଣ ହରାଇଛନ୍ତି । ୨ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଆଇଜିଏଚରେ ଭର୍ତି କରାଯାଇଛି ।  ଆଜି ସକାଳ ପ୍ରାୟ ୯ଟା ୪୫ରେ ସିସିଡି ବିଭାଗରେ ଏହି ଗ୍ୟାସ ଲିକ୍ ହୋଇଥିଲା ।

ଏହି ସମୟରେ କର୍ମଚାରୀମାନେ କାର୍ଯ୍ୟରତ ଥିଲେ । ଖବର ପାଇବା ପରେ କାରଖାନାର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପଂହଚି ଅସୁସ୍ଥଙ୍କୁ  ଉଦ୍ଧାର କରିଥିଲେ । ସେମାନଙ୍କୁ ପ୍ରଥମେ ପ୍ଲାଂଟର ସ୍ୱାସ୍ଥ୍ୟକେନ୍ଦ୍ରରେ ଊର୍ତି କରାଯିବା ପରେ ଆଇଜିଏଚରେ ଭର୍ତି କରାଯାଇଥିଲା । ନିରାପତା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏହି ଦୁର୍ଘଟଣା ପାଇଁ ଦାୟୀ କରି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ ।