ମାତିଛନ୍ତି ସାଇବର ଲୁଟେରା: ଠକ ଜାଲରେ ରାଉରକେଲାର କଲେଜ ପଢୁଆ ଛାତ୍ରଛାତ୍ରୀ

82

କନକ ବ୍ୟୁରୋ: ଚାକିରୀ ନାଁରେ ଠକେଇ । ଅନଲାଇନ ଠକେଇର ଶିକାର ହେଲେ କଲେଜ ପଢୁଆ ଛାତ୍ର ଛାତ୍ରୀ ମାନେ । ସାଇବର ଠକେଇ ନେଇ ଲୋକଙ୍କୁ ବାରମ୍ବାର ସତର୍କ କରାଯାଉଛି । ହେଲେ ମାତିଛନ୍ତି ସାଇବର ଠକ ଆଉ ପ୍ରତିଦିନ ଠକେଇର ଶିକର ହେଉଛନ୍ତି ଲୋକ । ଏମିତି ଏକ ଘଟଣା ସମାନାକୁ ଆସିଛି ସ୍ମାର୍ଟ ସିଟି ରାଉରକେଲାରୁ । ସାଇବର ଠକର ଶିକାର ହୋଇଛନ୍ତି ସହରରର ବହୁ କଲେଜ ଛାତ୍ରଛାତ୍ର୍ରୀ । ବିଏସଏନଏଲରେ ‘ୱାର୍କ ଫ୍ରମ ହୋମ୍ ‘ଚାକିରୀ କରାଇବା ଲୋଭ ଦେଖାଇ ଲୁଠି ନେଇଛନ୍ତି ଲକ୍ଷାଧିକ ଟଙ୍କ । । ଏହି ଛାତ୍ରଛାତ୍ରୀ ମାନେ ଘଟଣା ନେଇ ସାଇବର ଥାନାରେ କରିଛନ୍ତି ଅଭିଯୋଗ । ପ୍ରଥମେ ପଂଜିକରଣ ନାଁରେ ଛାତ୍ରଛତ୍ରୀଙ୍କ ଠାରୁ ୧୧ଶହ ୫୦ଟଙ୍କା ନେଇଥିଲେ । ପରେ ପ୍ରତିମାସରେ ସେମାନଙ୍କୁ ୯ହଜାର ଟଙ୍କା ଦେବାକୁ ଦେଇଥିଲେ ପ୍ରତିଶ୍ରୁତି । ପ୍ରତି ଗ୍ରୁପରେ ୪୦ ପିଲା ଥିବା ବେଳେ ୧୨ଟି ଗ୍ରୁପର ପିଲାଙ୍କଠାରୁ ଲୁଟି ନେଇଥିଲା ଏହି ସାଇବର ଠକ । ତେବେ ଦୁଇମାସ ପରେ ଛାତ୍ରଛାତ୍ରୀ ମାନେ ଯୋଗଯୋଗ କରିବା ପର ଫୋନ୍ ସୁଇଚଅଫ ହୋଇଥିଲା । ଘଟଣାନେଇ ଶେଷରେ ସମସ୍ତେ ସାଇବର ଥାନାରେ ହାଜର ହୋଇଛନ୍ତି ।