ଅଧରାତିରେ ପଶିଲେ, ବୁଲେଟ ନେଇ ପଳାଇଲେ । ସିସିଟିଭି କ୍ୟାମେରାରେ କଏଦ ହେଲା ବୁଲେଟ୍ ଚୋରିର ଦୃଶ୍ୟ

421

କନକ ବ୍ୟୁରୋ : ସିସିଟିଭି କ୍ୟାମେରାରେ କଏଦ ହେଲା ବୁଲେଟ୍ ଚୋରିର ଦୃଶ୍ୟ । ଦୁଇ ଜଣ ମୁଖାପିନ୍ଧା ଦୁବୃର୍ତ ବିଳମ୍ବିତ ରାତିରେ ଗ୍ୟାରେଜରେ ପଶି ଜଣଙ୍କ ନୂଆ ବୁଲେଟ ମୋଟରସାଇକେଲକୁ ଅତି ଚତୁରତାର ସହ ଚୋରି କରି ନେଇଛନ୍ତି ।


ଏହି ଦୃଶ୍ୟ ହେଉଛି ରାଉରକେଲା ବେଦବ୍ୟାସ ଟିସିଆଇ ଛକ ନିକଟସ୍ଥ ପାଣ୍ଡେ କଲୋନୀର । ଗାଡି ଚୋରିର ଶିକାର ହୋଇଥିବା ପ୍ରକାଶ ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ ୬ତାରିଖ ରାତି ପ୍ରାୟ ୨ଟା ୧୫ରୁ ୨ଟା ୨୫ ଭିତରେ ଏହି ଲୁଟ ହୋଇଛି । ବ୍ରାହ୍ମଣୀ ତରଙ୍ଗ ପୁଲିସ ସିସିଟିଭି ଫୁଟେଜ ଆଧାରରେ ଏହି ଘଟଣାରେ ତଦନ୍ତ କରୁଛି ।