ରାଉରକେଲା ବନ୍ଧମୁଣ୍ଡା ଥାନା ତିଲିକାନାନଗର ଅଞ୍ଚଳରେ ଚାଞ୍ଚଲ୍ୟ : ଗ୍ରାହକଙ୍କୁ ମାରିଦେଲା ମାଂସ ଦୋକାନୀ  

353

କନକ ବ୍ୟୁରୋ : ମାଂସ ଦୋକାନୀର ବକେୟା ପାଉଣାକୁ ନେଇ ହତ୍ୟାକାଣ୍ଡ । ଏଭଳି ଏକ ଅଭାବନୀୟ ଘଟଣା ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ତିଲିକାନାନଗର ଅଂଚଳରେ । ସୂଚନାଯୋଗ୍ୟ ସେହି ଅଂଚଳର ପଦ୍ମଲୋଚନ ପୂର୍ତି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମାଂସ କିଣା ବାବଦକୁ ଦୋକାନୀ ଦେବାଶିଷ ସାହୁ ଠାରୁ ୩ ହଜାର ଟଙ୍କା ପାଇବାର ଥିଲା । ଦେବାଶିଷ ଗତ ଶୁକ୍ରବାର ଦିନ ବକେୟା ରାଶି ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ଓ ପରେ ହାତାହାତି ହୋଇଥିଲା ।

ଅଭିଯୋଗ ଅନୁଯାୟୀ ଦେବାଶିଷ ଏକ ଠେଙ୍ଗାରେ ଆକ୍ରମଣ କରିବାରୁ ପଦ୍ମଲୋଚନା ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ଘଟଣା ପରଠାରୁ ଫେରାର ଅଛି ଅଭିଯୁକ୍ତ ।