କନକ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲାରେ ହ୍ୟୁମାନ ରାଇଟସ ପ୍ରୋଟେକସନ ସେଲ୍ ବା ଏଚଆରପିସି ଜେରା କରୁଛି । ଆଜି ସୁସ୍ମିତାଙ୍କ ସାଙ୍ଗ ଓ ସେନସୋରୀ ପାର୍କର ଦୁଇ କର୍ମଚାରୀ ଏଚଆରପିସିରେ ହାଜର ହୋଇଛନ୍ତି । ଏହି ତିନି ଜଣଙ୍କୁ ୧୬୧ରେ ବୟାନ ରେକର୍ଡ କରିବା ସହ ଅଡିଓ ଭିଡିଓ ରେକର୍ଡ କରିଛି ଏଚଆରପିସି । କଲ୍ ରେକର୍ଡକୁ ଆଧାର କରି ତଦନ୍ତ ଚାଲିଛି । ମୃତ୍ୟୁ ପୂର୍ବରୁ ଯେଉଁମାନଙ୍କ ସହ କଥା ହୋଇଥିଲେ ସୁସ୍ମିତା ସେମାନଙ୍କୁ ଡାକି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି । ଏହି ସମୟରେ ସୁସ୍ମିତାଙ୍କ ଦୂର ସଂପର୍କୀୟ ମଉସା ଓ ମାଉସୀଙ୍କ ମଧ୍ୟ ପୋଲିସ ପଚରାଉଚରା କରିଛି । ଆଉ ଅନେକ କିଛି ତଥ୍ୟ ପାଇଥିବା ଜଣାପଡିଛି ।
ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା: ସୁସ୍ମିତାଙ୍କ ସାଙ୍ଗ ଓ ସେନସୋରୀ ପାର୍କର ଦୁଇ କର୍ମଚାରୀ ଏଚଆରପିସିରେ ହେଲେ ହାଜର
/kanak/media/post_attachments/wp-content/uploads/2023/10/sushmita-minz.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)